ଆଜି ଖୋଲିବ ହୀରାକୁଦ ଗେଟ୍, ଆସିବ ବର୍ଷର ପ୍ରଥମ ବନ୍ୟାଜଳ
1 min readସମ୍ବଲପୁର: ଆଜି ଖୋଲିବ ହୀରାକୁଦ ଗେଟ୍ । ଆସିବ ବର୍ଷର ପ୍ରଥମ ବନ୍ୟାଜଳ । ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧିକୁ ନଜରରେ ରଖି ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯାଇଛି । ସକାଳ ୯ ଟାରେ ପୂଜାର୍ଚ୍ଚନା ପରେ ଖୋଲିବ ଗେଟ୍ । ପ୍ରଥମେ ୫ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେବ । ବାମ ପଟର ୩ଟି ଓ ଦକ୍ଷିଣ ପଟର ୨ଟି ଗେଟ୍ ଖୋଲିବ । ଏଥିପାଇଁ ତଳିଆ ଅଞ୍ଚଳକୁ ସତର୍କ କରିଛନ୍ତି ହୀରାକୁଦ କର୍ତ୍ତୃପକ୍ଷ । ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସତର୍କ କରାଯାଉଛି ।
ହୀରାକୁଦର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ, ୬୧୪.୮୧ ଫୁଟରେ ପହଂଚିଛି ଜଳସ୍ତର । ଜଳଭଣ୍ଡାରକୁ ପ୍ରବେଶ କରୁଛି ୮୮ ହଜାର ୯୩୨ ଘନଫୁଟ ବନ୍ୟାଜଳ । ନିଷ୍କାସିତ ହେଉଛି ୪୦ ହଜାର ୭୮୬ ଘନଫୁଟ ବନ୍ୟାଜଳ । ବନ୍ୟାଜଳ ନିୟନ୍ତ୍ରଣରେ ସହଯୋଗ କରୁନି ଛତିଶଗଡ଼ । ଜୁନ ୨୩ରେ ହୋଇଥିବା ବୈଠକରେ ଛତିଶଗଡ଼ ଆସିନଥିଲା । N.C.D.S ମିଟିଂରେ ବି ସହଯୋଗ କରିନି ଛତିଶଗଡ ବୋଲି କହିଛନ୍ତି ହୀରାକୁଦ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ।