ମୃତକଙ୍କ ପିଛା ମିଳିବ ୭ ଲକ୍ଷ ଟଙ୍କା, ପ୍ରଶାସନର ଘୋଷଣା ପରେ ରାସ୍ତାରୋକ ପ୍ରତ୍ୟାହୃତ

Hinjili Murder Case Road Block Removed

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପିତଳ ଛକରେ ଚାରିଜଣଙ୍କୁ ହତ୍ୟା ଘଟଣା । ବହୁ ଘଣ୍ଟା ପରେ ହଟିଲା ରାସ୍ତାରୋକ ।  ପ୍ରଶାସନ ପକ୍ଷରୁ ମୃତକଙ୍କ ପିଛା ସାତ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ରାଶି ଘୋଷଣା ପରେ ରାସ୍ତାରୋକ ହଟିଛି । ରେଡକ୍ରସ୍ ପକ୍ଷରୁ ମୃତ ପରିବାରକୁ ପ୍ରଦାନ କରାଯାଇଛି ଦୁଇ ଲକ୍ଷ ଟଙ୍କା । ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏହି ହତ୍ୟାକାଣ୍ଡ । ମୃତକମାନେ ହେଲେ ନରେନ୍ଦ୍ରପୁର ଗାଁର ରାଜା ସ୍ୱାଇଁ, ଶମ୍ଭୁ ସ୍ୱାଇଁ, ପାଣ୍ଡବ ସ୍ୱାଇଁ ଓ ଚନ୍ଦନ ସ୍ୱାଇଁ ।

Hinjili Murder Case Road Block Removed

ତେବେ ରାଜା, ଶମ୍ଭୁ, ପାଣ୍ଡବ ତିନି ଭାଇ ହୋଇଥିବା ବେଳେ ଚନ୍ଦନ ପୁତୁରା । ତେବେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦାବିରେ ରାସ୍ତାରୋକ କରିଥିଲେ ସ୍ଥାନୀୟବାସୀ । ଜିଲ୍ଲାପାଳ ଓ ଏସପିଙ୍କ ବୁଝାସୁଝା ଏବଂ ଅନୁକମ୍ପା ରାଶି ଘୋଷଣା ପରେ ରାସ୍ତାରୋକ ହଟିଛି । ସେପଟେ ଘଟଣାରେ ୬ ଜଣଙ୍କ ନାଁରେ ଏତଲା ହୋଇଛି । ସେଥିରୁ ଜଣେ ଅଭିଯୁକ୍ତ ସାଧୁ ସ୍ୱାଇଁଙ୍କୁ ପୋଲିସ ଆହତ ଅବସ୍ଥାରେ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଛି । ଅନ୍ୟ ୩ଅଭିଯୁକ୍ତଙ୍କୁ ଆସ୍କା ଥାନାରେ ଅଟକ ରଖାଯାଇଛି ।