ସଫଳ ଉତକ୍ଷେପଣ ହେଲା MRSAM ମିଜାଇଲ
1 min read
ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତକ୍ଷେପଣ ହେଲା ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମିଜାଇଲ MRSAM । ଆଜି ସକାଳ ୧୦ଟା ୩୪ ମିନିଟରେ ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ MRSAM ମିଜାଇଲ ପରୀକ୍ଷଣ ହୋଇଛି । ଏହି ମିଜାଇଲା ସଫଳ ଉତକ୍ଷେପଣ ହୋଇଥିବା ସୂଚନା ମିଳିଛି । ତେବେ ସୁରକ୍ଷା ଦୃଷ୍ଟିରୁ ଏହି ମିଜାଇଲ ପରୀକ୍ଷଣ ପାଇଁ ଲଞ୍ଚପ୍ୟାଡର ଅଢେଇ କିଲୋମିଟର ପରିଧୀ ମଧ୍ୟରେ ଥିବା ୬ଟି ଗାଁର ୭ ହଜାର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି ।