ପାକିସ୍ତାନରେ ନିର୍ବାଚନ ଲଢିବେ ହିନ୍ଦୁ ଝିଅ ସବେରା, ଦାଖଲ କଲେ ନାମାଙ୍କନ

1 min read

ଇସଲାମାବାଦ: ଆଗାମୀ ବର୍ଷ ଫେବୃଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ  । ନିର୍ବାଚନରେ ପ୍ରଥମ ଥର ଖୈବର ପଖତୁନଖାର ବୁନୈର ଜିଲ୍ଲାରେ ଜଣ ହିନ୍ଦୁ ମହିଳା ନାମାଙ୍କନ ପତ୍ର ଦାଖଲ କରିଛନ୍ତି  । ସବେରା ପ୍ରକାଶ ନାମକ ହିନ୍ଦୁ ମହିଳା ଲଢିବେ ପାକିସ୍ତାନରେ ନିର୍ବାଚନ  ।

ହିନ୍ଦୁ ମହିଳା ସବେରା ପାକିସ୍ତାନ ପିପୁଲ୍ସ ପାର୍ଟି (PPP)ଟିକେଟରେ ନିର୍ବାଚନ ଲଢିବାକୁ ଯାଉଛନ୍ତି  । ସବେରାଙ୍କ ବାପା ଓମପ୍ରକାଶ ଅବସରପ୍ରାପ୍ତ ଡାକ୍ତର ହୋଇଥିବାବେଳେ ପିପିପିର ସଦସ୍ୟ ଅଟନ୍ତି  । ଖୈବର ପଖତୁନଖାର ଜଣେ ସ୍ଥାନୀୟ ନେତାଙ୍କ ଅନୁସାରେ ଆଗାମୀ ନିର୍ବାଚନ ପାଇଁ ନାମାଙ୍କନ ଭରି ପ୍ରଥମ ମହିଳା ସାଜିଛନ୍ତି ସବେରା  ।

ଏବଟାବାଦ ମେଡିକାଲ କଲେଜରୁ ଡିଗ୍ରୀ ହାସଲ କରିବା ପରେ ପିପିପି ମହିଳା ୱିଙ୍ଗର ମହାସଚିବ ରୂପେ କାର୍ଯ୍ୟରତ ଥିଲେ  । ସବେରା ପ୍ରକାଶ ମହିଳା ୱିଙ୍ଗର ମହାସଚିବ ରୂପେ ନିଜ ପ୍ରତିବଦ୍ଧତା ଦର୍ଶାଇଛନ୍ତି  । ନିର୍ବାଚନ ଜିତିଲେ ମହିଳାଙ୍କ ଉନ୍ନତି ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି  ସବେରା  । ପାକିସ୍ତାନ ନିର୍ବାଚନ ଆୟୋଗ (ECP)ରେ ସଂଶୋଧନ କରି ୫ ପ୍ରତିଶତ ମହିଳା ଆଶାୟୀଙ୍କୁ ସାମିଲ କରିବା ପାଇଁ ଅନିବାର୍ଯ୍ୟ କରାଯାଇଛି  ।