ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ: ୨୦ ଗିରଫ, ୧୫୦ ଜଣଙ୍କ ନାମରେ ଏତଲା

ଇସଲମାବାଦ: ପଞ୍ଜାବର ହିନ୍ଦୁ ମନ୍ଦିର ଉପରେ ପାକିସ୍ତାନର ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ଇମରାନ ଖାନ ଏବେ ଅକଳରେ  ।  ହିନ୍ଦୁ ମନ୍ଦିର ଉପରେ ମୁସଲିମଙ୍କ ଆକ୍ରମଣ ଏବେ ବଡ଼ ପ୍ରସଙ୍ଗ ପାଲଟିଛି  । ଏମିତିକି ଏହି ଘଟଣାରେ ପୋଲିସ ତଦନ୍ତ ଚଳାଇବା ସହ ପାଖାପାଖି ୨୦ ଜଣଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ  । ସେପଟେ ୧୫୦ରୁ ଉର୍ଦ୍ଧ୍ୱ ଲୋକଙ୍କ ନାମରେ ପୋଲିସ ମାମଲା ରୁଜୁ କରିଛି  ।

ଶୁକ୍ରବାର ପଞ୍ଜାବ ପ୍ରାନ୍ତରେ ଘଟିଥିବା ଏହି ଘଟଣାରେ ପାକିସ୍ତାନ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ସହ, ଏଭଳି କାର୍ଯ୍ୟକୁ ତୁରନ୍ତ ରୋକିବା ଏବଂ ଯେଉଁମାନେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିଲେ ସେମାନଙ୍କୁ ତୁରନ୍ତ ଗିରଫ ପାଇଁ ନିର୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ପାକିସ୍ତାନ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା  ।

ଏହି ଘଟଣାର ସୂତ୍ରପାତ ହୋଇଥିଲା ପାକିସ୍ତାନର ରହିମ ୟାର ଖାନ ଜିଲ୍ଲାରେ  । ସ୍ଥାନୀୟ ଆଠ ବର୍ଷର  ହିନ୍ଦୁ ବାଳକ ଏକ ମାଦ୍ରାସାରେ ପରିସ୍ରା କରୁଥିବା ନେଇ ଅଭିଯୋଗ ହୋଇଥିଲା  । ଏହାପରେ କୋର୍ଟରେ ମାମଲା ପହଁଚିଥିଲା  । କୋର୍ଟ ଉକ୍ତ ବାଳକକୁ ମୁକ୍ତ ମଧ୍ୟ କରିଥିଲେ  । କିନ୍ତୁ ପରବର୍ତ୍ତୀ ସମୟରେ ପୋଲିସ ଦ୍ୱାରା ଗିରଫ ହୁଏ ଆଠ ବର୍ଷୀୟ ହିନ୍ଦୁ ବାଳକ  । ଏହା ପରେ ମଧ୍ୟ ସ୍ଥାନୀୟ ଲୋକ ହିଂସା ଘଟାଇଥିଲେ  । ଏକାଧିକତ ଲୋକ ହାତରେ ମାରଣାସ୍ତ୍ର ସହ ଲାଠି, ଠେଙ୍ଗା ଏବଂ ଅନ୍ୟାନ ଅସ୍ତ୍ରଶସ୍ତ୍ର ଧରି ପହଁଚିଯାଇଥିଲେ ହିନ୍ଦୁ ମନ୍ଦିର ନିକଟରେ  ।

ସେଠାରେ ପୋଡ଼ା ଜଳା କରିବା ସହ ସ୍ଥାନୀୟ ମନ୍ଦିରରେ ନିଆଁ ଲଗାଇଦେଥିଲେ  । ଏମିତିକି ମନ୍ଦିର ଉପରେ ଏକ ନିର୍ଦ୍ଧିଷ୍ଟ ଶ୍ରେଣିର ସଂଖାଧିକ ଲୋକ ଆକ୍ରମଣ କରିଥିଲେ  । ଏହାର ପରବର୍ତ୍ତୀ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ  ଇମରାନ ଖାନ ଘଟଣାକୁ ନିନ୍ଦା କରିଥିଲେ ।  ସେପଟେ ସୁପ୍ରିମକୋର୍ଟ ଏହାର ପୁଖାନୁଫୁଙ୍କ ତଦନ୍ତ ନିରେଦେଶ ଦେଇଥିଲେ  ।

Leave a Reply