spot_img

Latest Posts

ସେଲୁନରେ ବାଳ କାଟୁଥିବା ବେଳେ ହିନ୍ଦୁ ସାମ୍ବାଦିକଙ୍କୁ ହତ୍ୟା

ଇସଲମାବାଦ: ଦିନକୁ ଦିନ ବଢୁଛି ପାକିସ୍ତାନର ବର୍ବରତା । କିଛିଦିନ ତଳେ ଗୋଟିଏ ହିନ୍ଦୁ ପରିବାରର ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଥିବା ବେଳେ ଏବେ ଜଣେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି । ପାକିସ୍ତାନର ସିନ୍ଧ୍ ପ୍ରଦେଶର ଜଣେ ହିନ୍ଦୁ ସାମ୍ବାଦିକଙ୍କୁ ଅତି ନିର୍ମମ ଭାବେ ଗୁଳିକରି ହତ୍ୟା କରାଯାଇଛି  ।  ମୃତ ସାମ୍ବାଦିକ ହେଉଛନ୍ତି ଅଜୟ ଲାଲବାନୀ ।  ସାମ୍ବାଦିକ ଜଣକ ଏକ ସେଲୁନରେ ବାଳ କାଟୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି ।

ଲାଲବାନୀ ସେଲୁନରେ ବାଳ କାଟୁଥିବା ବେଳେ ଆକ୍ରମଣକାରୀମାନେ ଦୁଇଟି ବାଇକ୍ ଏବଂ ଗୋଟିଏ କାରରେ ଆସି ହଠାତ୍ ସାମ୍ବାଦିକଙ୍କ ଉପରକୁ ଗୁଳି ବର୍ଷା କରିଥିଲେ । ଅଜୟ ଲାଲବାନି ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ ଏବଂ ଉର୍ଦ୍ଦୁ ଭାଷା ଖବରକାଗଜ ‘ଡେଲୀ ପୁଚାନୋ’ରେ ଜଣେ ସାମ୍ବାଦଦାତା ଥିଲେ । ଗୁରୁବାର ଦିନ ସୁକ୍କୁର ସହରର ସେଲୁନକୁ ଆସି ବାଳ କାଟୁଥିବା ବେଳେ ଆକ୍ରମଣକାରୀମାନେ ତାଙ୍କ ଉପରକୁ ଗୁଳି ଚଲାଇବା ଆରମ୍ଭ କରିଥିଲେ । ଆହତ ଅବସ୍ଥାରେ ଲାଲବାନୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ପେଟ, ବାହୁ ଏବଂ ଆଣ୍ଠୁରେ ଗୁଳି ବାଜିଥିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ସୂଚନା ଅନୁଯାୟୀ, ଅଜୟ ଲାଲୱାନୀଙ୍କ ପିତା ଦିଲୀପ କୁମାର କହିଛନ୍ତି ଯେ ତାଙ୍କ ପରିବାରର କୌଣସି ପୂର୍ବ ଶତ୍ରୁତା ନଥିଲା । ଯଦିଓ ବ୍ୟକ୍ତିଗତ ଶତ୍ରୁତା କାରଣରୁ ତାଙ୍କ ଲାଲବାନୀ ହତ୍ୟା କରାଯାଇଛି ବୋଲି ପୋଲିସ କହିଥିଲା ଯାହାକୁ ତାଙ୍କ ପରିବାର ଲୋକେ ଖଣ୍ଡନ କରିଛନ୍ତି । ଏହି ଘଟଣାର ତଦନ୍ତ ବେଳେ ପୋଲିସ ଶୁକ୍ରବାର ଦିନ ୩ ଜଣ ଅଜ୍ଞାତ ଅପରାଧୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ପାକିସ୍ତାନର ନ୍ୟାସନାଲ ଆସେମ୍ବଲି (ଏମ୍ଏନ୍ଏ)ରେ ଜଣେ ହିନ୍ଦୁ ସଦସ୍ୟ ଲାଲଚାନ୍ଦ ମାଲହି କହିଛନ୍ତି ହିନ୍ଦୁ ସାମ୍ବାଦିକ ଅଜୟ ଲାଲବାନୀଙ୍କ ହତ୍ୟା ଅତ୍ୟନ୍ତ ନିନ୍ଦନୀୟ ବିଷୟ । ସାମ୍ବାଦିକମାନଙ୍କର ଏକ ଗୋଷ୍ଠୀ ମଧ୍ୟ ଲାଲବାନୀଙ୍କ ହତ୍ୟାକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି ।

ତେବେ ଲାଲବାନୀଙ୍କ ଅନ୍ତିମ ସଂସ୍କାର ପରେ ଏକ ପଦଯାତ୍ରା ମଧ୍ୟ କରାଯାଇଥିଲା। ଅନ୍ତିମ ସଂସ୍କାରରେ ଲାଲୱାନୀଙ୍କ ସମ୍ପର୍କୀୟ, ବନ୍ଧୁ ଏବଂ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ କରାଚି, କ୍ଷେରପୁର, ଶିଖରପୁର, ଲାରକାନା, ସୁକ୍କୁର ଏବଂ ଅନ୍ୟାନ୍ୟ ସହରର ସାମ୍ବାଦିକମାନେ ମଧ୍ୟ ସାମିଲ ଥିଲେ । ସୂଚନା ଯୋଗ୍ୟଯେ, ପାକିସ୍ତାନରେ ହିନ୍ଦୁ ସମୁଦାୟ ଖୁବ୍ ଅଳ୍ପ ସଂଖ୍ୟାରେ ରହିଛନ୍ତି । ସରକାରୀ ଆକଳନ ଅନୁଯାୟୀ ପାକିସ୍ତାନରେ ୭୫ଲକ୍ଷ ହିନ୍ଦୁ ବସବାସ କରନ୍ତି । ପାକିସ୍ତାନର ଅଧିକାଂଶ ହିନ୍ଦୁ ଲୋକ ସିନ୍ଧ ପ୍ରଦେଶରେ ବସବାସ କରନ୍ତି। ସେହିଭଳି ସିନ୍ଧ ପ୍ରଦେଶରେ ହିନ୍ଦୁ ସାମ୍ବାଦିକ ଅଜୟ ଲାଲବାନୀଙ୍କୁ ଗୁଳି କରି ହତ୍ୟା କରାଯାଇଛି ।

Latest Posts

Don't Miss