ପାକିସ୍ତାନରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର; ପ୍ରଶାସନ ଓ ଚରମପନ୍ଥୀ ଉଭୟ କରୁଛନ୍ତି ଆକ୍ରମଣ…

1 min read

ଇସଲାମାବାଦ: ପାକିସ୍ତାନରେ ହିନ୍ଦୁଧର୍ମୀଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି । ଏହାର ସଦ୍ୟତମ ଉଦାହରଣ ଏକ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି । ପାକିସ୍ତାନ ସିନ୍ଧ ପ୍ରଦେଶରେ ଏଭଳି ଏକ ଘଟଣା ଘଟିଛି । ସିନ୍ଧରେ ରହୁଥିବା ହିନ୍ଦୁ ଭିଲ୍ ଜାତିର କିଛି ଲୋକଙ୍କ ଉପରେ ଅତ୍ୟାଚାର ହେବାର ଚିତ୍ର ସାମ୍ନାକୁ ଆସିଛି । ଘଟଣା ଅନୁଯାୟୀ ସ୍ଥାନୀୟ ପ୍ରଶାସନ ଭିଲ୍ ଜାତିର କିଛି ବ୍ୟକ୍ତିଙ୍କର ଦୋକାନ ଉଚ୍ଛେଦ କରିଥିଲେ । ଦୋକାନୀମାନେ ବିରୋଧ କରିବା ହେତୁ ତାଙ୍କ ଉପରେ ଆକ୍ରମଣର ଚିତ୍ର ସାମ୍ନାକୁ ଆସିଛି । ସ୍ଥାନୀୟ ମୁସଲିମ୍ ଲୋକେ ମଧ୍ୟ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓରେ ହିନ୍ଦୁଙ୍କ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତିମାନଙ୍କୁ ଚରମପନ୍ଥୀ ବୋଲି କୁହାଯାଉଛି ।

ପାକିସ୍ତାନ ସାମାଜିକ କର୍ମୀ ରାହତ୍ ଆଷ୍ଟିନ୍ ଭିଡିଓଟିକୁ ପୋଷ୍ଟ କରିଛନ୍ତି । କିଛି ଦିନ ପୂର୍ବରୁ ସିନ୍ଧ-ପାକିସ୍ଥାନର କିପ୍ରୋରେ ହିନ୍ଦୁ ଭେଲ ସମ୍ପ୍ରଦାୟର ଘର ଭାଙ୍ଗି ଦିଆଯାଇଥିଲା। ସୋସିଆଲ ମିଡିଆରେ ସେୟାର କରିବା ପରେ ଏବଂ ସରକାରଙ୍କ ଉପରେ ଚାପ ପଡ଼ିବା ପରେ ଏହାକୁ ବନ୍ଦ କରାଯାଇଥିଲା  । କିନ୍ତୁ ଏହାପରେ ସ୍ଥାନୀୟ ମୁସଲମାନ ପଡ଼ୋଶୀମାନେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅନେକ ହିନ୍ଦୁ ପୁରୁଷ, ମହିଳା ଏବଂ ଶିଶୁ ଆହତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସିନ୍ଧ ପ୍ରଦେଶ ହିନ୍ଦୁ ବହୁଳ ହୋଇଥିବା ହେତୁ ଏଠାରେ ହିନ୍ଦୁମାନଙ୍କ ଧର୍ମ ବଦଳାଇବା ଉପରେ ମୁସଲିମମାନେ ଜୋର ଦେଇଥାନ୍ତି । ସେହିଭଳି ସିନ୍ଧକୁ ହିନ୍ଦୁଙ୍କ ପାଇଁ ସବୁଠାରୁ ଅଧିକ ଅସୁରକ୍ଷିତ ପ୍ରଦେଶ ବୋଲି ମନା ଯାଇଥାଏ । ମାନବାଧିକାର ସଂସ୍ଥା( ମୁଭମେଣ୍ଟ ଅଫ୍ ସଲିଡେରିଟ୍ ଆଣ୍ଟ ପିସ୍)ର ରିପୋ୍ଟ ଅନୁଯାୟୀ ପ୍ରତିବର୍ଷା ପାଖାପାଖି ୧ ହଜାରରୁ ଊର୍ଦ୍ଧ ଯୁବତୀଙ୍କର ଧର୍ମ ପରିବର୍ତ୍ତନ କରାଯାଇଥାଏ ।

Leave a Reply