ହିନ୍ଦୁଙ୍କ ଘରେ ଲାଗିଲା ଏପରି ପୋଷ୍ଟର , ଖେଳି ଗଲାଣି ଆତଙ୍କ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ଦୁଇଟି ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଛି  । ପ୍ରକୃତରେ, ଦିଲ୍ଲୀର ବ୍ରହ୍ମପୁରୀ ଅଞ୍ଚଳରେ, ହିନ୍ଦୁ ପରିବାର ମାନଙ୍କ ଘର ବାହାରେ ଏପରି ଏକ ପୋଷ୍ଟର ଲଗାଇଛନ୍ତି ଯାହା ଯୋଗୁଁ ଆଖପାଖ ପରିବେଶରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ଏହି  ହିନ୍ଦୁ ପରିବାରମାନେ ସେମାନଙ୍କ ଘର ସାମ୍ନାରେ ପୋଷ୍ଟର ଲଗାଇଛନ୍ତି, ଯେଉଁଥିରେ ଲେଖାଯାଇଛି ଯେ ‘ଘରଟି ବିକ୍ରୟ ପାଇଁ ଅଛି’ ।

କାହିଁକି ଲାଗିଛି ଏପରି ପୋଷ୍ଟର ?

ସେଠାରେ ରହୁଥିବା ଲୋକମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଗଳିରେ ଏକ ମସଜିଦର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏହା  ନିକଟରେ ଏକ ଶିବ ମନ୍ଦିର ଅଛି ଯେଉଁଠାରେ ହିନ୍ଦୁ ପରିବାର ପୂଜା ଏବଂ କୀର୍ତ୍ତନ କରନ୍ତି।  କିନ୍ତୁ ଯଦି ମସଜିଦର ଗେଟ୍ ଶିବ ମନ୍ଦିର ଆଡକୁ ଖୋଲେ, ତେବେ ଉଭୟ ପାର୍ଶ୍ୱର ଲୋକମାନେ ସମସ୍ୟାର ସମ୍ମୁଖୀନ ହେବେ । ଏଠାରେ ରହୁଥିବା ଲୋକେ କହିଛନ୍ତି କି, ଏହି କାରଣରୁ ସମ୍ପ୍ରତିକ ଦଙ୍ଗାକୁ ନେଇ ଏଠାରେ ଭୟ ଏବଂ ଆତଙ୍କର ବାତାବରଣ ରହିଛି। ସେଥିପାଇଁ ହିନ୍ଦୁଙ୍କ ଘର ବାହାରେ ଘର ବିକ୍ରି ପାଇଁ ପୋଷ୍ଟର ଲଗାଯାଇଛି।

ପ୍ରକୃତ କାରଣ କ’ଣ ?

୨୦୨୦ ମସିହାରେ ଘଟିଥିବା ଦଙ୍ଗା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା ଥିଲା। ଦଙ୍ଗା ପରେ ଅନେକ ହିନ୍ଦୁ ପରିବାର ସ୍ଥାନାନ୍ତରିତ ହୋଇଥିଲେ  । ଏବେ ଏପରି ପରିସ୍ଥିତିରେ, ଲେନ ନମ୍ବର ୧୩ ରେ ନିର୍ମିତ ମସଜିଦକୁ ଲେନ ନମ୍ବର ୧୨କୁ ମଧ୍ୟ ସମ୍ପ୍ରସାରିତ କରାଯାଉଛି  । ଯଦି ଏହି ଲେନରେ ଗେଟ୍ ଖୋଲିଯାଏ, ତେବେ ସମସ୍ତେ ଅସୁବିଧାର ସମ୍ମୁଖୀନ ହେବେ। ଏହି କାରଣରୁ, ଅନେକ ହିନ୍ଦୁଙ୍କ ଘରକୁ  ମୁସଲମାନମାନେ କିଣି ନେଉଛନ୍ତି।