ହିନ୍ଦୁ ଝିଅଙ୍କୁ ବିକ୍ରି କରୁଛି ପାକିସ୍ତାନ

ଇସଲାମାବାଦ: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ସମ୍ପର୍କରେ ସମସ୍ତେ ଅଳ୍ପବହୁତେ ଶୁଣିଥିବେ। ଯେଉଁଠାରେ ସଂଖ୍ୟାଲଘୁ ସମାଜରୁ ଆସୁଥିବା ଝିଅମାନଙ୍କୁ ଅନେକ ସମୟରେ ଅପହରଣ ସହ ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ ବାଧ୍ୟ କରାଯାଇଥାଏ ।

ଏବେ ଖବର ଆସୁଛି ଯେ ଚାଇନାରେ ହିନ୍ଦୁ ଝିଅ ଏବଂ ଖ୍ରୀଷ୍ଟିଆନ ଝିଅମାନଙ୍କୁ ଦାସୀ ଭାବରେ ବିକ୍ରୟ କରାଯାଉଛି । କେବଳ ଚୀନ ନୁହେଁ ଏହି ରାକେଟରେ ପାକିସ୍ତାନ ସରକାର, ସେନା ଏବଂ ଗୁପ୍ତଚର ଏଜେନ୍ସି ଆଇଏସଆଇ ମଧ୍ୟ ଜଡିତ ରହିଛି।

ଆମେରିକାର ପ୍ରଶାସନର ଧାର୍ମିକ ସ୍ୱାଧୀନତା ବିଭାଗର ବରିଷ୍ଠ ଅଧିକାରୀ ସାମୁଏଲ ବ୍ରାଉନବ୍ୟାକ୍ ତାଙ୍କର ଏକ ନୂଆ ରିପୋର୍ଟରେ ଏନେଇ ଖୁଲାସା କରିଛନ୍ତି ।

ଆମେରିକୀୟ କୂଟନୀତିଜ୍ଞଙ୍କ ଅନୁଯାୟୀ ପାକିସ୍ତାନ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଝିଅମାନଙ୍କୁ ଚୀନ୍‌ରେ ଦାସୀ ଭାବେ କହି ମାର୍କେଟିଂ କରିଥାଏ । ଚୀନ୍ ନାଗରିକମାନେ ମହିଳା ମାନଙ୍କୁ କିଣିବା ପାଇଁ ପାକିସ୍ତାନକୁ ଆସଥାନ୍ତି ଆାଉ ସେମାନଙ୍କୁ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଝିଅମାନଙ୍କୁ ବିକ୍ରି କରାଯାଇଥାଏ ବୋଲି ସାମୁଏଲ୍ ତାଙ୍କ ରିପୋର୍ଟରେ ଖୁଲାସା କରିଛନ୍ତି ।

ଆହୁରି ମଧ୍ୟ ଧାର୍ମିକ ସ୍ୱାଧୀନତାର ଉଲ୍ଲଂଘନ ମାମଲା ସାମ୍ନାକୁ ଆସିବା ପରେ ଚୀନ୍ ଏବଂ ପାକିସ୍ଥାନ ସମେତ ମୋଟ ୧୦ଟି ଦେଶ ଉପରେ ଆମେରିକା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଆମେରିକାର ବୖେଦେଶିକ ସଚିବ ମାଇକ ପୋମ୍ପିଓ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି ଯେ ଚୀନ୍ ଏବଂ ପାକିସ୍ତାନ ସହ ୧୦ ଦେଶକୁ ଏବେ ଆମେରିକା ଏକ ସ୍ପେଶାଲ୍ ଓ୍ୱାଚ୍ ଲିଷ୍ଟରେ ସ୍ଥାନିତ କରିଛି।ଆମେରିକା ପକ୍ଷରୁ କୁହାଯାଇଛି ଯେ ଏହି ସବୁ ଦେଶ ନିଜ ଦେଶରେ ଧାର୍ମିକ ଅତ୍ୟାଚାର ବନ୍ଦ କରିବାରେ ବିଫଳ ହୋଇଛନ୍ତି।

ଏହା ଦେଶଗୁଡିକ ମଧ୍ୟରେ ମିଆଁମାର, ଚୀନ୍, ଇରାନ, ନାଇଜେରିଆ, ପାକିସ୍ତାନ, ସାଉଦି ଆରବ, ତାଜାକିସ୍ତାନ, ତୁର୍କମେନିସ୍ତାନ, ଇରେଟେରିଆ ଏବଂ ଉତ୍ତର କୋରିଆ ଅନ୍ତର୍ଭୁକ୍ତ। ଏହି ଦେଶ ବ୍ୟତୀତ କୋମୋରସ୍, କ୍ୟୁବା, ନିକାରାଗୁଆ ଏବଂ ଋଷକୁ ମଧ୍ୟ ଏକ ଭିନ୍ନ ଲିଷ୍ଟରେ ରଖାଯାଇଛି, ଯେଉଁଥିରେ ଧାର୍ମିକ ସ୍ୱାଧୀନତାକୁ ଦମନ କରିଥିବା ଅଭିଯୋଗ ହୋଇଛି।

Leave a Reply