spot_img

Latest Posts

ପାଣି ପାଇଁ ଶହ ଶହ ମହିଳା ଗରା ବାଲଟି ଧରି କଲେ ରାସ୍ତାରୋକ

ନନ୍ଦିଘୋଷ ବ୍ୟୁରୋ : ପାଣି ପାଇଁ ରାସ୍ତାରୋକ। ଶହ ଶହ ମହିଳା ଗରା ବାଲଟି ଧରି ରାସ୍ତାରୋକ କରିଛନ୍ତି। ଏହି ଘଟଣା ହେଉଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବଡ଼ବାହାଳ ଗାଁର। ଏହି ଗାଁରେ ବହୁ ଦିନ ହେଲା ପିଇବା ପାଣି ସମସ୍ୟା ରହିଛି। ବାରମ୍ଵାର ଦାବି ସତ୍ତ୍ଵେ ସମାଧାନ ନ ହେବାରୁ ଆଜି ସକାଳେ ସାତମାଇଲ ଚାରିଛକରେ ଶହ ଶହ ମହିଳା ଗରା ବାଲଟି ଧରି ରାସ୍ତାରୋକ କରିଛନ୍ତି। ପୁରୁଣା କଟକ – ସମ୍ବଲପୁର ରାସ୍ତାରେ ଯିବା ଆସିବା ବନ୍ଦ ରହିଛି। ଗାଁର ଏକମାତ୍ର ନଳକୂପ ପାଣି ପିଇ ବହୁ ଲୋକ କିଡନି ରୋଗରେ ଆକ୍ରାନ୍ତ ବୋଲି ସେମାନେ ଅଭିଯୋଗ କରିଛନ୍ତି।

Latest Posts

Don't Miss