spot_img

Latest Posts

ଦଣ୍ଡ ଯାତ୍ରାବେଳେ ଅଘଟଣ, ବିଦ୍ୟୁତ ଆଘାତରେ ୪ ଦଣ୍ଡୁଆଙ୍କ ମୃତ୍ୟୁ

ହିନ୍ଦୋଳ : ଦଣ୍ଡ ଯାତ୍ରାବେଳେ ଅଘଟଣ । ହିନ୍ଦୋଳ ପାଟଲା ଗାଁରେ ଦଣ୍ଡନାଚ ପାଇଁ ଷ୍ଟେଜ ତିଆରି କରୁଥିବାବେଳେ ବିଦ୍ୟୁତ ଆଘାତରେ ୪ ଦଣ୍ଡୁଆଙ୍କ ମୃତ୍ୟୁ । କ୍ଷତି ପୂରଣ ଦାବିରେ ପୁରୁଣା କଟକ -ସମ୍ବଲପୁର ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଗ୍ରାମବାସୀ । ବିଦ୍ୟୁତ ବିଭାଗ ଅବହେଳା ଏବଂ କ୍ଷତି ପୂରଣ ଦାବିରେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ । ଷ୍ଟେଜ ଭିଡୁଥିବା ଲୁହା ପାଇପ ୧୧ ତାର ସହ ଲାଗି ଯାଇଥିଲା । ମୃତକ ମାନେ ହେଲେ ବାଲିମି ଥାନା ଅନ୍ତର୍ଗତ ପାଟଲା ଗ୍ରାମର ସୁଧାକର ସାହୁ, ଲକ୍ଷ୍ମୀ ଧର ସାହୁ, ମୋଟଙ୍ଗା ଥାନା ଅନ୍ତର୍ଗତ ବିଡ଼ ଗ୍ରାମର ମିଲନ ମହାଳିକ, ପାଟଲା ଗ୍ରାମର ପ୍ରଫୁଲ୍ଲ ସାହୁ । ପାଟଲ ଗ୍ରାମରେ ମାଆ କାଳୀଙ୍କ ଦଣ୍ଡନାଚ ପାଇଁ ଲୁହା ପାଇପରେ ଷ୍ଟେଜ ଭିଡୁଥିବା ବେଳେ ଲୁହା ଆଙ୍ଗେଲ ୧୧ କେଭି ତାରରେ ଲାଗି ଯାଇଥିଲା । ଗୁରୁତର ମାନଙ୍କୁ ଅନ୍ୟ ଦଣ୍ଡନାଚ ପିଲାମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ସୁଧାକର, ଲକ୍ଷ୍ମୀଧର, ମିଲନଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଭାବେ ପ୍ରଫୁଲ୍ଲଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାବେଳେ ସେଠାରେ ତାଙ୍କର ମଧ୍ଯ ମୃତ୍ୟୁ ହୋଇଛି ।

Latest Posts

Don't Miss