କ୍ରିକେଟ ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ, ୩ ପ୍ଲାଟୁନ ଫୋର୍ସ ମୁତୟନ

ନନ୍ଦିଘୋଷ ବ୍ୟୁରୋ: ହିନ୍ଦୋଳ ବେଡ଼ାପଡ଼ା ଗାଁରେ କ୍ରିକେଟ ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ। ଗୋଷ୍ଠୀ ସଂଘର୍ଷରେ ଦୁଇ ଜଣ ଆହତ ହୋଇଥିବା ବେଳେ ପ୍ରାୟ ୧୦ଟି ପରିବାରର ଘର ଭଙ୍ଗାରୁଜା ହୋଇଛି। ଘଟଣା ପରେ ଗାଁରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଗିରଫ ଭୟରେ ବହୁ ଲୋକ ଗାଁରୁ ଫେରାର ହୋଇଯାଇଛନ୍ତି। ଘଟଣାରେ ୪୦ ଜଣଙ୍କୁ ପୋଲିସ ଉଠାଇ ଆଣି ହିନ୍ଦୋଳ ଏବଂ ଗୋବିନ୍ଦପୁର ଥାନାରେ ଅଟକ ରଖାଯାଇଛି। ବେଡ଼ାପଡ଼ା ଗାଁରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ଜନଶୂନ୍ୟ ହୋଇପଡ଼ିଛି। ଗତକାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଥିବାବେଳେ ପଡ଼ିଆରେ ସବର୍ଣ୍ଣ ଓ ଅସବର୍ଣ୍ଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା। ରାତି ସମୟରେ ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସହ ପ୍ରାୟ ୧୦ଟି ପରିବାରର ଘର ଭାଙ୍ଗି ଦେଇଥିଲେ। ପରିସ୍ଥିତି ଉପରେ ପୋଲିସ ନଜର ରଖିଛି। ଘଟଣାସ୍ଥଳରେ ଏସପିଙ୍କ ସହିତ ୩ଜଣ ଡିଏସପି ୫ଜଣ ସବ ଇନ୍ସପେକ୍ଟର ଉପସ୍ଥିତ ରହିଛନ୍ତି । ୨ଜଣ ଆହତଙ୍କୁ ମୁଖ୍ୟ ହସ୍ରେପିଟାଲରେ ଭର୍ତ୍ତି କରାଯାଇଛି।