ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଜୋର ଧରିଲା ରାଜନୀତି

ନନ୍ଦିଘୋଷ ବ୍ୟୁରୋ: ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଜୋର ଧରିଲା ରାଜନୀତି । ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଦାବି କରିଛନ୍ତି ଯେ, ଅଭିଯୋଗ ନେଇ ତଦନ୍ତ କରିବାକୁ କାହିଁକି ଡରୁଛନ୍ତି କେନ୍ଦ୍ର ସରକାର । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଜେପିସି ତଦନ୍ତ ଦାବି ସବୁ ମହଲରେ ସ୍ବାଗତ କରାଯାଉଛି । କ୍ଷେତ ବାଡ଼ ଖାଇଲା ଭଳି ମାର୍କେଟକୁ ଯାହାର ଜଗିବା ଦାୟିତ୍ବ ସେହି ସଂସ୍ଥାର ବିଶ୍ବସନୀୟତା ନେଇ ଯଦି ପ୍ରଶ୍ନ ଉଠୁଛି ତାହେଲେ ବିରୋଧୀ ରାଜନୀତି କରୁଛନ୍ତି ବୋଲି ବିଜେପି କହିବା ଦୁର୍ଭାଗ୍ଯଜନକ । ସେପଟେ ବାମ ଦଳ ବି ଏହି ପ୍ରସଙ୍ଗରେ ବାମଦଳ ବି କେନ୍ଦ୍ରକୁ ଘେରିଛି । ଜେପିସି ତଦନ୍ତ ଦାବି କରିବା ସହ ସେବି ମୁଖିଆ ମାଧବୀ ବୁଚ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସିପିଆଇଏମ ଓ ଆପ ଦାବି କରିଛନ୍ତି । ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ସେୟାର ବଜାର ହଲଚଲ ହେବା ପରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ଯକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମାର୍କେଟ ବିଶେଷଜ୍ଞ ।