spot_img

Latest Posts

ଭାରତରେ କରୋନା ସ୍ଥିତି ଭୟଙ୍କର ଥିବାବେଳେ ସାମ୍ନାକୁ ଆସିଲା ଚୀନ୍‌

ନୂଆଦିଲ୍ଲୀ:   ଭାରତରେ କରୋନା ଭୂତାଣୁର ଦ୍ୱିତୀୟ ପ୍ରବାହ ଚାଂଚଲ୍ୟ ସୃଷ୍ଟି କରିଥିବା ବେଳେ ଭାରତକୁ ସହାୟତା କରିବାକୁ ଆଗକୁ ଆସିଛି ଚୀନ୍‌। ଭାରତରେ କରୋନା ସଂକ୍ରମଣରେ ରୋକ ଲଗାଇବାକୁ ଏବଂ ମେଡିକଲ ସାମଗ୍ରୀ ସପ୍ଲାଇ କରିବାକୁ ପ୍ରସ୍ତୁତ ଅଛି ଚୀନ୍‌। କରୋନାର ନୂଆ ଷ୍ଟ୍ରେନ ଯୋଗୁଁ ଭାରତର ଚିକିତ୍ସା ଭିତ୍ତିଭୂମି ଏକ ସଙ୍କଟ ମଧ୍ୟରେ ଗତି କରୁଛି । ଏଥିପାଇଁ ଚୀନ୍‌ଭାରତକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛି ।

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ବେଡ୍‌,ଅକ୍ସିଜେନ୍‌ଏବଂ ଔଷଧ ଆଦି ଅଭାବ ଦେଖାଦେଲାଣି । କରେନାଜନିତ ମୃତ୍ୟୁସଂଖ୍ୟା ବଢିବାକୁ ଲାଗିଲାଣି । ଶ୍ମଶାନ ଘାଟ ଗୁଡ଼ିକରେ ଲମ୍ବା ଲାଇନ ଲାଗୁଛି । ଏଥିପାଇଁ ସ୍ଥାନର ଘୋର ଅଭାବ ଦେଖାଦେଲାଣି ।

ଭାରତରେ କରୋନା ସ୍ଥିତିକୁ ନେଇ ଏକ ପ୍ରଶ୍ନରେ ଚୀନର ବିଦେଶ ମନ୍ତ୍ରୀ ଓ୍ୱାଙ୍ଗ୍‌ବେନବିନ କହିଛନ୍ତିଯେ, ବେଜିଂ ସାହାଯ୍ୟ ପାଇଁ ପ୍ରସ୍ତୁତ । ଏହା ସହିତ ପୂରା ବିଶ୍ୱ ଏବେ ଏକଜୁଟ ହୋଇ କରୋନାକୁ ହରାଇବାକୁ ପଡ଼ିବ । ଭାରତରେ ସ୍ଥିତି ବିଗଡ଼ିବାରେ ଲାଗିଛି ଏବଂ ଚିକିତ୍ସା ସମ୍ବଳର ଆବଶ୍ୟକତା ଥିବା ଅନୁଭବ କରିବା ପରେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ବେନବିନ୍‌। କିନ୍ତୁ ଅଫିସିଆଲ ଭାବରେ ଦିଲ୍ଲୀକୁ ସାହାଯ୍ୟ କରିବା ପାଇଁ ବେଜିଂ ଘୋଷଣା କରିଛି କି ନାହିଁ ତାହା ବାବଦରେ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

ଗଣମାଧ୍ୟମର ରିପୋର୍ଟ କହୁଛି, ଭାରତର କେତେକ ଘରୋଇ କମ୍ପାନୀ ଚୀନରୁ ମେଡିକଲ ସପ୍ଲାଇ ପାଇଁ ଉଦ୍ୟମ କରୁଛନ୍ତି । ଗତବର୍ଷ କରୋନା ପ୍ରକୋପରୁ ବଞ୍ଚିବା ପାଇଁ ଚୀନକୁ ସହାୟତାର ହାତ ବଢାଇଥିଲା ଭାରତ ।

ଡିସେମ୍ବର ୨୦୧୯ରେ ଚୀନର ଉହାନ ସହରରୁ କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଏହାପରେ ଏହି ଭୂତାଣୁ ତୀବ୍ର ଗତିରେ ସଂକ୍ରମଣ ହେବାକୁ ଲାଗିଲା । ଯାହା ଖୁବଶୀଘ୍ର ସମଗ୍ର ବିଶ୍ୱକୁ କବଜା କରିନେଲା । ଏଭଳି ସ୍ଥିତିରେ ଚୀନକୁ ସହାୟତାର ହାତ ବଢାଇଥିଲା ଚୀନ୍‌। ଯାହା ବାବଦରେ ଗତବର୍ଷ ମାର୍ଚ୍ଚରେ ଲୋକସଭାରେ ବିଦେଶ ମନ୍ତ୍ରୀ ମୁରଲୀଧରନ ଲିଖିତ ଭାବରେ ସୂଚନା ଦେଇଥିଲେ ।

Latest Posts

Don't Miss