spot_img

Latest Posts

ଶ୍ରୀମଦ ଭଗବତ ଗୀତାର ଏକ ଶ୍ଲୋକ ଭୁଲ ଅନୁବାଦ ପାଇଁ କ୍ଷମା ମାଗିଲେ ଆସାମ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : କ୍ଷମା ମାଗିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ସରମା । ହିମନ୍ତଙ୍କ ଏକ ପୋଷ୍ଟକୁ ନେଇ ଉଠିଛି ବିବାଦ । ଶ୍ରୀମଦ ଭଗବତ ଗୀତାର ଏକ ଶ୍ଲୋକ ଭୁଲ ଅନୁବାଦ ପାଇଁ ସେ ଭୁଲ ମାଗିବା ସହ ପୋଷ୍ଟକୁ ମଧ୍ୟ ଡିଲିଟ କରିଛନ୍ତି । ଭୁଲ ଅନୁବାଦକୁ ନେଇ ବିବାଦ ଉପୁଜିବାରୁ ସେ କ୍ଷମା ମାଗିଛନ୍ତି । ନିଜର ପୋଷ୍ଟ ଡିଲିଟ କରିବା ପରେ ବିରୋଧିଙ୍କ ସମାଲୋଚନାର ଶିକାର ହୋଇଛନ୍ତି ସେ । ଅନେକ ନେତା ତାଙ୍କୁ ଜାତି ବିଭାଜନକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଥିଲେ ।

ହିମନ୍ତ ବିଶ୍ବ ସରମା କହିଛନ୍ତି, ପ୍ରତିଦିନ ସକାଳେ ସେ ତାଙ୍କର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶ୍ରୀମଦ ଭଗବତ ଗୀତାର ଏକ ଶ୍ଲୋକ ଅପଲୋଡ କରନ୍ତି । ଏପର୍ଯ୍ୟନ୍ତ ସେ ୬୬୮ ଶ୍ଲୋକ ପୋଷ୍ଟ କରିଛି କରିଥିବା କଥା କହିଛନ୍ତି । ଏଥି ସହ ସେ କହିଛନ୍ତି, ତାଙ୍କ ଦଳର ଜଣେ ସଦସ୍ୟ ଅଧ୍ୟାୟ ୧୮ର ଶ୍ଲୋକ ୪୪କୁ ଭୁଲ ଅନୁବାଦ କରି ପୋଷ୍ଟ କରିଥିଲେ । ଭୁଲ ବୁଝିବା ମାତ୍ରେ ସେ ସଙ୍ଗେସଙ୍ଗେ ପୋଷ୍ଟକୁ ଡିଲିଟ କରିଥିଲେ । ମହାନ ସନ୍ଥ ଶ୍ରୀମନ୍ତ ସଙ୍କରଦେବଙ୍କ ନେତୃତ୍ୱରେ ସଂସ୍କାର ଆନ୍ଦୋଳନ ଯୋଗୁଁ ଆସାମ ରାଜ୍ୟ ଏକ ଜାତିବିହୀନ ସମାଜର ଏକ ଆଦର୍ଶ ଚିତ୍ର ଦେଖାଏ। ଯଦି ଏହି ପୋଷ୍ଟ କାହାକୁ ଆଘାତ ଦେଇଛି ତାହା ହେଲେ ମୁଁ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରୁଛି ବୋଲି ମଧ୍ୟ ହିମନ୍ତ କହିଛନ୍ତି ।

ହିମନ୍ତଙ୍କ ଯେଉଁ ପୋଷ୍ଟକୁ ନେଇ ରାଜେନୖତିକ ବିବାଦ ହୋଇଛି, ସେଥିରେ ଜାତିକୁ ନେଇ ଭୁଲ ଭାବରେ ଉଲ୍ଲେଖ କରାଯାଇଛି । ଏହାକୁ ନେଇ ଏଆଇଏଆଇଏମ ନେତା ତଥା ଲୋକସଭା ସାଂସଦ ଅସଦୁଦ୍ଦିନ ଓୱାଇସି ହିମନ୍ତ ବିଶ୍ୱ ସରମାଙ୍କ ଉପରେ ଆକ୍ରମଣ କରିଛନ୍ତି । ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ସମାନ ବ୍ୟବହାର କରିବାର ଶପଥକୁ ସେ ପୂରଣ କରୁନାହାଁନ୍ତି ବୋଲି କହିଛନ୍ତି ଓୱାଇସି । ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ଥିବାବେଳେ ତୁମର ଶପଥ ହେଉଛି ପ୍ରତ୍ୟେକ ନାଗରିକଙ୍କୁ ସମାନ ବ୍ୟବହାର କରିବା। ଏହା ଦୁର୍ଭାଗ୍ୟଜନକ କ୍ରୁରତାରେ ପ୍ରତିଫଳତ ହୋଇଛି । ଯାହା ଗତ କିଛି ବର୍ଷ ମଧ୍ୟରେ ଆସାମ ମୁସଲମାନମାନେ ସମ୍ମୁଖୀନ ହେଉଛନ୍ତି। କେବଳ ଏତିକି ନୁହେଁ କଂଗ୍ରେସ ନେତା ପୱନ ଖେଡା ମଧ୍ୟ ଆସାମର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ।

Latest Posts

Don't Miss