ହିମାଚଳ ଜଳ ପ୍ରଳୟର ୫ ଛାତିଥରା ଘଟଣା
1 min read
ସିମଲା: ହିମାଚଳ ପ୍ରଦେଶରେ ଜଳ ପ୍ରଳୟ । ଲୋକେ ବିପଦ ସଙ୍କେତ ଅବସ୍ଥାରେ ରହିଥିବାବେଳେ ଅନେକଙ୍କ ଜୀବନ ଯାଇଛି । ଗୋଟିଏ ମାସ ମଧ୍ୟରେ ୩ଟି ଛାତିଥରା ଘଟଣା ସାମନାକୁ ଆସିଛି । ଭୂସ୍ଖଳନ ଧନ ଜୀବନ ବିପଦରେ ପକାଇଛି । ଆଖି ପିଛୁଳାକେ ଘର ଭୁଶୁଡ଼ିଛି ଏବଂ ଜଳ ପ୍ରଳୟ ବିପଦ ଆଣିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିବା ନଜରକୁ ଆସିଛି । ତେବେ ଆସନ୍ତୁ ନଜର ପକାଇବା ହିମାଚଳର ୫ଟି ଘଟଣା ଉପରେ..
କୁଲ୍ଲୁରେ ଆଖି ପିଛୁଳାକେ ଭୁଶୁଡ଼ିଲା କୋଠା
ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାର କୋଠା ଭୁଶୁଡ଼ୁଥିବାର ଏକ ଛାତିଥରା ଦୃଶ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକି ଆନି ବସଷ୍ଟାଣ୍ଡର । ୪ ମହଲା ବିଶିଷ୍ଟ ଏହି କୋଠା ଭୁଶୁଡ଼ିଥିବାବେଳେ କାହାରି ମୃତ୍ୟୁ ହୋଇନାହିଁ ।
ଆଇଜିଏମସିରେ ବର୍ଷାର ବିତ୍ପାତ
ହିମାଚଳର ରାଜଧାନୀ ସିମଲାରେ ଥିବା ବଡ଼ ହସ୍ପିଟାଲ ଆଇଜିଏମସି ମେଡ଼ିକାଲରେ ବର୍ଷା ଗଳିଛି । ବର୍ଷାର ପରିମାଣ ଏତେ ଅଧିକ ହୋଇଥିଲା କି, ସ୍ପେଶାଲ ଓ୍ବାର୍ଡରୁ ପାଣି ଗଳିବା ସହ ଜଳମୟ ହୋଇଯାଇଥିଲା ।
ଚଣ୍ଡିଗଡ଼-ମନାଲିର ଫ୍ଲୋରଲେନର ଟନେଲରେ ପାଣି
ଚଣ୍ଡିଗଡ଼-ମନାଲିର ଫ୍ଲୋରଲେନର ଟନେଲରେ ପାଣି । ପ୍ରବଳ ବର୍ଷାରେ ବ୍ରିଜ୍ ଉପରେ ଜଳ ପ୍ରବାହିତ ହୋଇଥିଲା ।
ମଣ୍ଡି ଠାରୁ ମନାଲି ପର୍ଯ୍ୟନ୍ତ ରାସ୍ତାରେ ଆବର୍ଜନା
ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେତୁ ଅନେକ ଜିଲ୍ଲାର ଆବର୍ଜନା ଓ ପଥର ଦ୍ୱାରା ଅନେକ ରାସ୍ତା ଅବରୋଧ କରାଯାଇଛି। ବର୍ଷା ହେତୁ ରାଜ୍ୟର ଅନେକ NH ମଧ୍ୟ ବନ୍ଦ ରହିଛି। ବିଭାଗୀୟ ଦିଗରୁ ରୁଟ ଖୋଲିବାର ପ୍ରକ୍ରିୟା ଚାଲିଛି। ମଣ୍ଡି ଜିଲ୍ଲାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରାସ୍ତାରେ ଜଳର ବନ୍ୟା ପରିସ୍ଥିତି ଦେଖାଯାଉଛି।