ବିଜେପି ସାଂସଦଙ୍କ ରହସ୍ୟଜନକ ମୃତ୍ୟୁ: ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

1 min read

ନୂଆଦିଲ୍ଲୀ: ବିଜେପି ସାଂସଦ ରାମସ୍ୱରୂପ ଶର୍ମାଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ହୋଇଛି। ସେ ହିମାଚଳପ୍ରଦେଶର ମଣ୍ଡି ଲୋକସଭା ସିଟରୁ ବେଜିପି ସାଂସଦ ଥିଲେ । ଦିଲ୍ଲୀର ଆରଏମଏଲ ହସ୍ପିଟାଲ ନିକଟସ୍ଥ ଗୋମତି ଆପାର୍ଟମୋଣ୍ଟରେ ଥିବା ତାଙ୍କ ନିବାସରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।  ତେବେ ବର୍ତ୍ତମାନ ,ସୁଦ୍ଧା ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ହେଲେ କୁହାଯାଉଛି ଯେ ପାରିବାରିକ କଳହ ଯୋଗୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ।

ସାଂସଦଙ୍କ ଘରେ କାମ କରୁଥିବା କର୍ମଚାରୀ ତାଙ୍କ ମୃତ୍ୟୁର ଖବର ପୋଲିସକୁ ଦେଇଥିଲେ । ଦିଲ୍ଲୀ ପୁଲିସ ମୁତାବକ ସାଂସଦ ରାମସ୍ୱରୂପ ଶର୍ମାଙ୍କ କୋଠରୀର କବାଟ ଭିତରପଟୁ ବନ୍ଦ ଥିଲା । ଏବଂ ସେହି କୋଠରୀରେରୁ ହିଁ  ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନା ମୁତାବକ, ବର୍ତ୍ତମାନ କେନ୍ଦ୍ର ରାଷ୍ଟ୍ର ଅର୍ଥ ମନ୍ତ୍ରୀ ଅନୁରାଗଠାକୁର ତାଙ୍କ ବାସଭବନରେ ପହଞ୍ଚିଛନ୍ତି । କିଛି ସମୟ ପରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ  ଜେପି ନଡ୍ଡା, ଗୃହ ମନ୍ତ୍ରୀ ଅମିତ ଶାହ ନର୍ଥ ଏଭେନ୍ୟୁରେ ସାଂସଦଙ୍କ ପାର୍ଥିବ ଶରୀର ଦର୍ଶନ କରିବାକୁ ପହଞ୍ଚିବେ ।

Leave a Reply