ଘାଟି ତଳକୁ ଖସିଲା ବସ୍, ୧୬ ଯାତ୍ରୀ ମୃତ

1 min read

ଧର୍ମଶାଳା: ହିମାଚଳପ୍ରଦେଶ କୁଲୁରେ ଖାଇକୁ ଖସିଲା ବସ୍ । ଘାଟିରୁ ବସ୍ ଖସି ୧୬ ଯାତ୍ରୀଙ୍କ ମୃତ ହୋଇଥିବା ସୂଚନା ମିଳିଛି । ଏହା ସହ ଏକାଧିକ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେଳ ଏବେବି ଘଟଣା ସ୍ଥଳରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ବସରେ ୪୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବା ସୂଚନା । ଦୁର୍ଘଟଣାଗ୍ରସ୍ତ ବସରେ କେତେଜଣ ସ୍କୁଲ ପିଲା ଥିବା ମଧ୍ୟ ସୂଚନା ମିଳିଛି ।

ସୂଚନା ଅନୁସାରେ ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ସେଞ୍ଜ୍ ଅଞ୍ଚଳରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଜଙ୍ଗଲା ଗ୍ରାମରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ଘାଟିକୁ ଖସି ପଡ଼ିଛି । ଯାହାଫଳରେ ୧୬ ଜଣ ପ୍ରାଣ ହରାଇଛନ୍ତି । ତେବେ ଏବେବି ଏକାଧିକ ମୃତଦେହ ବସ୍ ମଧ୍ୟରେ ଫସି ରହିଥିବା କୁହାଯାଉଛି । ତେଣୁ ଏବେବି ରେସ୍କ୍ୟୁ ଅପରେସନ ଜାରି ରହିଛି । ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।