spot_img

Latest Posts

ବର୍ଷା କଲା ବାସହରା, ୩୦ ପରିବାର ବେସାହାରା

ଧସିଲା ପାହାଡ । ଦୁଇଦିନର ଲଗାଣ ବର୍ଷା ଯୋଗୁଁ ପାହାଡ଼ ଧସିଯାଇଛି । ଗୁମ୍ମା ବ୍ଳକ ଅନ୍ତର୍ଗତ କୁଲମ ଗାଁରେ ପାହଡର ଏକ ବଡ଼ ଅଂଶ ଧସିଥିବା ସୂଚନା ମିଳିଛି । ପାହାଡ ଧସିବା ଫଳରେ ପ୍ରାୟ ୧୦ରୁ ଅଧିକ ଘରର ଧନ ସମ୍ପତ୍ତି ମାଟିରେ ମିଶିଯାଇଛି । ଗୃହ ପାଳିତ ପଶୁଙ୍କର ମଧ୍ୟ ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ଆଜି ପ୍ରାୟ ସକାଳ ୭ଟାରେ ପ୍ରବଳ ଜୋରରେ ଶବ୍ଦ କରି ପ୍ରଥମେ ପାହାଡରୁ ପାଣି ଆସିଥିଲା । ପରେ ଏକ ଭୟଙ୍କର ଶବ୍ଦରେ ଅତି କ୍ଷୀପ୍ର ବେଗରେ ପାହାଡରୁ ପଥର ଖଣ୍ଡ ଗୁଡ଼ିକ ମାଡ଼ି ଆସିଥିଲା ଘର ଆଡକୁ।

ବହୁଜୋରରେ ଶବ୍ଦ ହେବା ପରେ ଲୋକେ ପ୍ରାଣ ବିକଳରେ ଜୀବନ ବଞ୍ଚାଈବାକୁ ଦୁରକୁ ଦୌଡି ଥିଲେ ବି ଗୃହ ପାଳିତ ପଶୁ ଓ ନିଜ ଘରକୁ ବଞ୍ଚାଇ ପାରିନଥିଲେ । ଫଳରେ ପ୍ରାୟ ୩୦ ପରିବାର ଏବେ ବାସହରା ହୋଇପଡ଼ିଛନ୍ତି  ।

ଘଟଣା ସମ୍ପର୍କିରେ ଖବର ପାଇ ସ୍ଥାନୀୟ ବିଡ଼ିଓ ନଟବର ଗରଡ଼, ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ଉପାଧ୍ୟକ୍ଷ ଗିତାଞ୍ଜଳି ରଉତ ଓ ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ କୁମାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ ସେମାନଙ୍କୁ ପାଖରେ ଥିବା ଚର୍ଚ୍ଚରେ ରଖି ଖାଇବା ବ୍ୟବସ୍ତା କରାଇଛନ୍ତି । ')}

Latest Posts

Don't Miss