spot_img

Latest Posts

ଗୁଲାବର ପ୍ରଭାବରେ ଧସିଥିଲା ପାହାଡ଼, ଏବେ ପର୍ଯ୍ୟନ୍ତ ୨୬ ନଂ ଜାତୀୟ ରାଜପଥର ବନ୍ଦ

ଜୟପୁର: ଆଜିବି କୋରାପୁଟ ସୁଙ୍କି ଘାଟି ରାସ୍ତା ବନ୍ଦ। NH ୨୬ରୁ ସଫା ହୋଇପାରିନି ମାଟି ଅତଡା, ପଥର, ଗଛ। ଉଭୟ ପଟେ ଅଟକିଛି ଯାନବାହନ। ରାସ୍ତା ସଫା ପାଇଁ ନିୟୋଜିତ ହୋଇଛନ୍ତି NDRF ଟିମ, ୭ଜେସିବି। ସ୍ଥାନୀୟ ଲୋକ ମଧ୍ୟ ରାସ୍ତା ସଫାରେ ସାମିଲ ହୋଇଛନ୍ତି। ମରାମତି କାମର ତଦାରଖ କରୁଛନ୍ତି କୋରାପୁଟ ଉପଜିଲ୍ଲାପାଳ। ବିଶାଖାପାଟଣାରେ ଯାତାୟାତ ପାଇଁ ସେମିଲିଗୁଡା – ନନ୍ଦପୁର – ଆରାକୁ ରୁଟ ଏବଂ ବିଜୟନଗର ଯାତାୟାତ ପାଇଁ ଲକ୍ଷ୍ମୀପୁର – ବନ୍ଧୁ ଗାଁ – ପାର୍ବତୀପୁରମ୍ ରୁଟ୍ ଖୋଲା ଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ।

ତେବେ ଗତକାଲି ଗୁଲାବ ପ୍ରବାବରେ କୋରାପୁଟ ଜିଲ୍ଲା ପ୍ରଭାବିତ ହୋଇଥିଲା। ଗୁଲାବ ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବଳେ କେତେଜ ସ୍ଥାନରେ ଭୂସ୍ଖଳନ ହୋଇଥିଲା। ପାହାଡ ଧସି ୨୬ ନଂ ଜାତୀୟ ରାଜପଥର ଶୁଙ୍କି ଘାଟି ଓ ରାଲେଗଡାଠାରେ ରାସ୍ତା ଅବରୋଧ ହୋଇଥିଲା। ସେପଟେ ପ୍ରବଳ ବର୍ଷା ଯୋଗୁ କୋଟିଆ ଫାଟୁସେନେରି ରାସ୍ତାର ମାଡକର ପୋଲ ଉପରେ ୨ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି। କୋଟିଆ ସହ ୮ ଟି ଗ୍ରାମକୁ ଯୋଗା ଯୋଗ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ସମ୍ବାଇ ଝାଙ୍କରଗୁଡା ରାସ୍ତାର ପୋଲ ଉପରେ ୧ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। କ୍ଷତ କ୍ଷତି ଆକଳନ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି।

Latest Posts

Don't Miss