spot_img

Latest Posts

Rauf Merchant: ଗୁଲଶନ କୁମାରଙ୍କ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: କ୍ୟାସେଟ୍ କିଙ୍ଗ ବୋଲାଉଥିବା ଗୁଲଶନ କୁମାରଙ୍କୁ ମାରିବା ଲାଗି ଦାଉଦ ଦୁଇ ସାର୍ପ ସୁଟରଙ୍କୁ ଠିକ୍ କରିଥିଲା। ମନ୍ଦିରରୁ ବାହାରିବା ବେଳେ ଗୁଲଶନଙ୍କ ଉପରେ ଆଖିବୁଜା ଗୁଳି ଚାଳନା ହୋଇଥିଲା। ଟି-ସିରିଜ୍ ମାଲିକ ଗୁଲଶନ କୁମାରଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ରଉଫ୍ ମର୍ଚାଣ୍ଟଙ୍କୁ ବମ୍ବେ ହାଇକୋର୍ଟରୁ ମଧ୍ୟ ନିରାଶ ହେବାକୁ ପଡିଛି । ୨୦୦୨ ମସିହାରେ ସେସନ କୋର୍ଟ ମର୍ଚାଣ୍ଟଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। କିଛି ଏଭଳି ଥିଲା ଘଟଣା…

ରଉଫ୍ ୨୦୦୯ ମସିହାରେ ନିଜ ଅସୁସ୍ଥ ମାଙ୍କୁ ଦେଖା କରିବାକୁ ପାରୋଲରେ ଯାଇଥିବା ବେଳେ ବାଂଲାଦେଶ ଫେରାର ହୋଇଯାଇଥିଲା। ହେଲେ ଏକ ନକଲି ପାସପୋର୍ଟ ମାମଲାରେ ବାଂଲାଦେଶ ପୋଲିସ ତାକୁ ଗିରଫ କରିଥିଲା ବେଳେ ନଭେମ୍ବର ୨୦୧୬ରେ ରାଉଫ ଭାରତୀୟ ପୋଲିସର ଅକ୍ତିଆରକୁ ଆସିଥିଲା।

ବାଂଲାଦେଶ ଯିବାକୁ ଦାଉଦ ଦେଇଥିଲା ନିର୍ଦ୍ଦେଶ-

ବାଂଲାଦେଶରୁ ଫେରିବା ପରେ ରଉଫକୁ ପଚରାଉଚରା କରାଯାଇଥିଲା । ଏହି ସମୟରେ ଫେରାର ହେବା ପାଇଁ ଦାଉଦ୍ ଇବ୍ରାହିମ କହିଥିବା ସ୍ପଷ୍ଟ କରିଥିଲା । ପାରୋଲ୍ ଶେଷ ହେବା ପରେ ଜେଲ ନଯାଇ ବାଂଲାଦେଶ ପଳାଇବାକୁ କହିଥିଲା। ୨୦୧୬ରେ ତାଙ୍କୁ ପଚରାଉଚରା କରିଥିବା କ୍ରାଇମବ୍ରାଞ୍ଚ ଟିମର ଜଣେ ଅଧିକାରୀ କହିଥିଲେ ଯେ ସେ ପ୍ରାୟ ୧୦ ଦିନ ପରିବାର ସହ ବିତାଇବା ପରେ ତାକୁ ଦୁବାଇରୁ କଲ ଆସିଥିଲା। ତା’ପରେ ସେ କୋଲକାତା ବାହାରି ଯାଇଥିଲା ଦାଉଦର ଆଉ ଏକ କାମକୁ ପୂରା କରିବା ପାଇଁ।

ନକଲି ପାସପୋର୍ଟ ମାମଲାରେ ଗିରଫ-

୨୦୧୬ ମସିହା ନଭେମ୍ବର ୧୬ ତାରିଖରେ ମିଡ୍ ଡେ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କୋଲକାତାକୁ ଯାଇ ଜଣେ ଏଜେଣ୍ଟକୁ ଦେଖାକରିବାକୁ ରଉଫକୁ ଫୋନ୍ କଲରେ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶ ଅନୁସାରେ ସେ ତୁରନ୍ତ ସେଠାକୁ ଯାଇ ଏଜେଣ୍ଟକୁ ଭେଟିଥିଲା। ଯିଏ ତାକୁ ସୀମା ପାର୍ କରାଇବାରେ ସହଯୋଗ କରିଥିଲା। ସେଠାରେ ତାକୁ ସାହାଯ୍ୟ କରିଥିଲା ଆଉ ଜଣେ ଏଜେଣ୍ଟ, ଯିଏକି ନକଲି ପାସପୋର୍ଟ ତିଆରି କରିବା ସହ ଦୁବାଇ ପଠାଇଥିଲା ।

୨୦୧୬ରେ ବାଂଲାଦେଶରୁ ଭାରତ ଫେରିଥିଲା-
ପାରୋଲରୁ ଫେରାର ହେବା ଅଭିଯୋଗରେ ମୁମ୍ବାଇ ପୋଲିସ ମର୍ଚାଣ୍ଟ ବିରୋଧରେ ମାମଲା ରୁଜୁ କରିଥିଲା। ଏମିତିକି ଦୁବାଇ ଯିବାକୁ ଉଦ୍ୟମ କରୁଥିବା ରାଉତ ବାଂଲାଦେଶ ପୋଲିସର ହାତରେ ଧରାପଡିଥିଲା। ତାଙ୍କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ପରେ ୨୦୧୪ ମସିହାରେ ଜେଲରୁ ବାହାରିଥିଲେ ମଧ୍ୟ ଆତଙ୍କବାଦୀଙ୍କ ସହ ଲିଙ୍କ୍ ନେଇ ପୁନର୍ବାର ତାକୁ ଗିରଫ କରାଯାଇଥିଲା। ସେପଟେ ରାଉଫ ଦୁଇ ବର୍ଷ ବାଂଲାଦେଶର ଜେଲରେ ରହିବା ପରେ ମୁକୁଳିଥିଲା । ହେଲେ ଦୁର୍ଭାଗ୍ୟବଶତଃ ଭାରତୀୟ ଏଜେନ୍ସି ହାତରେ ସା ଧରା ପଡିଥିଲା ।

Latest Posts

Don't Miss