କମିବ ଏୟାରପୋର୍ଟ ପାଖରେ ଥିବା ବିଲ୍ଡିଂର ଉଚ୍ଚତା

ନନ୍ଦିଘୋଷ ବ୍ୟୁରୋ: ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ସତର୍କତା। ବିମାନ ବନ୍ଦର ପାଖରେ ଥିବା ବିଲଡିଂର ଉଚ୍ଚତା ହ୍ରାସ କରାଯିବ। ଦରକାର ପଡ଼ିଲେ ଭଙ୍ଗାଯିବ। ଏ ସଂପର୍କିତ ଏକ ନିୟମର ବିଜ୍ଞପ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର। ଏଥିରେ କୁହାଯାଇଛି ଯେ, ଏୟାରପୋର୍ଟ ପାଖରେ ବଡ଼ ବିଲଡିଂ କିମ୍ଵା ଗଛ ଥିଲେ, ମାଲିକଙ୍କୁ ନୋଟିସ୍ ଦିଆଯିବ। ନୋଟିସ୍ ର ୬୦ ଦିନରେ ସେ ଘର ଭାଙ୍ଗିବା କିମ୍ଵା ଉଚ୍ଚତା ହ୍ରାସ କରିବେ। ଯଦି ନିଜେ ନ କରିବେ, ତେବେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ। ଏହା ପ୍ରଶାସନ ନିଜେ ପଦକ୍ଷେପ ନେବ। ଅନେକ ବିମାନ ବନ୍ଦର ପାଖରେ ଉଚ୍ଚ ବିଲଡିଂ ଓ ବଡ଼ ବଡ଼ ଗଛ ଥିବାରୁ ଏହା ବିପଦ ବୋଲି କୁହାଯାଇଛି। ବିଶେଷ କରି ଅହମଦାବାଦ ଦୁର୍ଘଟଣା ପରେ ଏ ନେଇ ଚିନ୍ତା ପ୍ରକାଶ ପାଇଛି।