ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ବର୍ଷା ହୋଇଛି

ଭୁବନେଶ୍ୱର: ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରେକର୍ଡ ବର୍ଷା ହୋଇଛି । ପୁରୀରେ ୩୧୭.୩ ମିଲିମିଟର ବର୍ଷା ହୋଇଥିବା ବେଳେ, ଜଗତସିଂହପୁରରେ ୩୦୬, ଖୋର୍ଦ୍ଧାରେ ୧୬୩.୨, କଟକରେ ୧୪୩.୯, କେନ୍ଦ୍ରାପଡ଼ାରେ ୧୪୧.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ବୌଦ୍ଧରେ ୧୩୨ ମିଲିମିଟର ବର୍ଷା ହୋଇଥିବା ବେଳେ, ଯାଜପୁରରେ ୧୨୮.୮, ନୟାଗଡ଼ରେ ୧୧୫.୧ ଓ ସୁବର୍ଣ୍ଣପୁରରେ ୧୦୪.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଚଳିତ ମୌସୁମୀ ସିଜିନ୍‌ର ସବୁଠୁ ବଡ ଲଘୁଚାପ । ଗତ ୫ ବର୍ଷ ମଧ୍ୟରେ ଏମିତି ବର୍ଷା ହୋଇନଥିଲା । ଖୋର୍ଦ୍ଧା, ଜଗତସିଂହପୁର, ପୁରୀରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ ଜିଲ୍ଲା କାକଟପୁରରେ ରେକର୍ଡ ୫୨୫ ମିମି ବର୍ଷା ହୋଇଛି । ୧୯୩୪ ସେପ୍ଟେମ୍ବର ୨୦ରେ ୨୩୪ମିମି ବର୍ଷା ହୋଇଥିଲା । ୮୭ ବର୍ଷ ପରେ ପୁଣି ସେପ୍ଟେମ୍ବର ମାସରେ ରେକର୍ଡ ଭାଙ୍ଗି ଅଧିକ ବର୍ଷା ହୋଇଛି । ୫୭ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ।

ଏଥିସହିତ ପଢ଼ନ୍ତୁ: ଲଗାଣ ବର୍ଷା: କେଉଁଠି ଭୁଷୁଡ଼ିଲା କାନ୍ଥ, କେଉଁଠି ଉପୁଡିଲା ଗଛ

 

Leave a Reply