ଅପରାଧ ତାଲିକା: ଏନସିଆରବି ରିପୋର୍ଟରେ ୟୁପି ଏକ ନମ୍ବର

1 min read

ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (NCRB) ୨୦୧୭-୧୮ ବର୍ଷର ଅପରାଧିକ ତାଲିକା ପ୍ରକାଶ କରିଛି । NCRB ରିପୋର୍ଟ ଅନୁଯାୟୀ, ୨୦୧୭-୧୮ ରେ ୫୦ ଲକ୍ଷ ମାମଲା ପଞ୍ଜୀକରଣ ହୋଇଛି । ଭାରତରେ ୩.୬ ପ୍ରତିଶତ ହତ୍ୟା ଜନିତ ମାମଲା କମିଥିବାବେଳେ ୯ ପ୍ରତିଶତ ଅପହରଣ ମାମଲା ବୃଦ୍ଧି ପାଇଛି । ଆଇପିସିର ଧାରା ଅନୁସାରେ ଉତ୍ତର ପ୍ରଦେଶରେ ସବୁଠାରୁ ଅଧିକ ଅର୍ଥାତ୍ ୧୦.୧ ପ୍ରତିଶତ ଅପରାଧ ହୋଇଥିବା ରେକର୍ଡ଼ ହୋଇଛି ।

ତେବେ ସବୁଠୁ ଚିନ୍ତାଜନକ ହୋଇଛି ଉତ୍ତର ପ୍ରଦେଶରେ ମହିଳାଙ୍କ ବିରୋଧରେ ଅପରାଧ । ବିଜେପି ସରକାର ବେଟି ବଚାଓ ନାରା ଦେଉଥିବା ବେଳେ ଉତ୍ତରପ୍ରଦେଶର ମହିଳାଙ୍କ ବିରୋଧରେ ହିଂସାକାଣ୍ଡ ଯୋଗୀ ସରକାରଙ୍କୁ ଲୋକହସା କରିଛି ।

ଉତ୍ତର ପ୍ରଦେଶରେ ମହିଳାଙ୍କ ବିରୋଧରେ ଅପରାଧ ତାଲିକା-

– ସ୍ୱାମୀ ଏବଂ ଅନ୍ୟ ପରିବାର ଲୋକଙ୍କ ଦ୍ୱାରା ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲା ସଂଖ୍ୟା ୨୭.୯%

– ଆକ୍ରମଣ ଓ ଆକ୍ରୋଶ ମୂଳକ ଭାବେ ମହିଳାଙ୍କ ସମ୍ମାନହାନୀ ଜନିତ ମାମଲା ସଂଖ୍ୟା ୨୧.୭%

– ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାରେ ଦେଶରେ ସର୍ବମୋଟ ୩,୫୯,୮୪୯ ମାମଲା ରୁଜୁ ହୋଇଥିବା ବେଳେ, ୫୬୦୧୧ଟି ମାମଲା ସହ ଉତ୍ତର ପ୍ରଦେଶ ପ୍ରଥମ ସ୍ଥାନରେ ରହିଛି ।

– ମହାରାଷ୍ଟ୍ରରେ ୩୧,୯୭୯ ଏବଂ ପଶ୍ଚିମବଙ୍ଗ ୩୦,୦୦୨ ସଂଖ୍ୟା ସହ ଦ୍ୱିତୀୟ ଏବଂ ତୃତାୟ ସ୍ଥାନରେ ରହିଛନ୍ତି।

ଅପରାଧର ନିୟନ୍ତ୍ରଣ ହେବା ପରିବର୍ତ୍ତେ ଉତ୍ତର ପ୍ରଦେଶରେ ଅପରାଧ ବୃଦ୍ଧି ପାଇବା ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଚିନ୍ତାରେ ପକାଇଛି । ')}

Leave a Reply