spot_img

Latest Posts

ବିଜେପିକୁ ଆଇନା ଦେଖାଇଲା ବିଜେଡି, ଓଡ଼ିଶା ଅପେକ୍ଷା ବିଜେପି ଶାସିତ ରାଜ୍ୟରେ ବିଜୁଳି ଦର ଅଧିକ

ଭୁବନେଶ୍ୱର: ବିଜୁଳିକୁ ନେଇ ବିରୋଧୀ ଦଳ ବିଶେଷ କରି ବିଜେପିକୁ ଆଇନା ଦେଖାଇଛି ବିଜେଡି। ଓଡ଼ିଶାରେ ବିଜୁଳି ଉତ୍ପାଦନ ସତ୍ତ୍ବେ ଏଠାରେ ଅଧିକ ଦର ଥିବା ଓ ଅନ୍ଯ ରାଜ୍ଯରେ କମ୍ ଦର ଅଛି ବୋଲି ବିରୋଧୀ ଯେଉଁ ମିଛ କଥା କହୁଛନ୍ତି, ଆଜି ତାର ସତ୍ଯାସତ୍ଯ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ବିଜେଡି ନେତା ସଂତୃପ୍ତ ମିଶ୍ର।

ସେ କହିଛନ୍ତି- ଓଡି଼ଶାରେ ବିଜୁଳି ଦର ୟୁନିଟ ପିଛା ୪ ଟଙ୍କା ୬୨ ପଇସା ହୋଇଥିବା ବେଳେ ବିଜେପି ଶାସିତ ରାଜ୍ଯ ମଧ୍ଯପ୍ରଦେଶରେ ଏହା ୫ ଟଙ୍କା ୭୩ ପଇସା, ଆସାମରେ ୭ ଟଙ୍କା ୮୦ ପଇସା, ବିହାରରେ ୯ ଟଙ୍କା ୯୭ ପଇସା ଓ ଉତ୍ତର ପ୍ରଦେଶରେ ଏହା ୯ ଟଙ୍କାରୁ ଅଧିକ। ବିଜୁଳି ବିଲ୍ ଛାଡ଼ ପାଇଁ ମୁଖ୍ଯମନ୍ତ୍ରୀଙ୍କ ଘୋଷଣା ପରେ ବିରୋଧୀ ଛାନିଆ ହୋଇ ଅପପ୍ରଚାର କରୁଛନ୍ତି।

ବିଜେପିର ନେତା ଜାଣିବା କଥା, ବିଜେପି ଶାସିତ ରାଜ୍ଯରେ କେତେ ଅଛି ବିଜୁଳି ଦର। ସଂତୃପ୍ତ ମିଶ୍ର ଏହା ବି ସ୍ପଷ୍ଟ କରିଛନ୍ତି- CAPTIVE POWER PRODUCER ସରକାରଙ୍କଠାରୁ କୋଇଲା ନେଇ ଶକ୍ତି ଉତ୍ପାଦନ କରନ୍ତି। ତାକୁ ଗ୍ରୀଡ୍ କୁ ବିକନ୍ତି । ନ ହେଲେ NTPC ପରି ସଂସ୍ଥାକୁ ଦିଅନ୍ତି । ଓଡ଼ିଶା ଶକ୍ତି ଉତ୍ପାଦନ କରେ ନାହିଁ। ଅନ୍ୟ ରାଜ୍ୟକୁ ବିଜୁଳି ଦେବା ନିଷ୍ପତ୍ତି କେନ୍ଦ୍ର ସରକାର ନିଅନ୍ତି, ଓଡ଼ିଶା ନୁହେଁ। ଶକ୍ତି ନିୟନ୍ତ୍ରଣ କମିଶନ ଦର ନିର୍ଧାରଣ କରନ୍ତି। NTPC ୟୁନିଟ ପିଛା ୨ ଟଙ୍କା ୫୩ ପଇସାରେ ତାମିଲନାଡୁ ପରି ଓଡ଼ିଶାକୁ ବିଜୁଳି ବିକନ୍ତି। ସବୁ ରାଜ୍ୟ ପାଇଁ ଏହା ସମାନ । ସଂତୃପ୍ତ ମିଶ୍ର ଏହା ବି କହିଛନ୍ତି,
NTPC ପରି କେନ୍ଦ୍ରୀୟ ସଂସ୍ଥା ଓଡ଼ିଶାରୁ ଲାଭ ନେଉଛନ୍ତି ହେଲେ ଓଡ଼ିଶା ପାଇଁ କିଛି କରୁ ନାହାନ୍ତି। ନିଯୁକ୍ତିରେ ଓଡ଼ିଆଙ୍କୁ ଅଗ୍ରାଧିକାର ଦେଉ ନାହାନ୍ତି।

Latest Posts

Don't Miss