ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜରେ ୧୯ରୁ ପାଠପଢ଼ା ବନ୍ଦ

1 min read
Higher Education Department suspends Examinations and physical classes

ଭୁବନେଶ୍ୱର: ରାଜ୍ୟର ସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ କ୍ଲାସ୍ ଓ ପରୀକ୍ଷା ସ୍ଥଗିତ । ଆସନ୍ତା ୧୯ରୁ ଶ୍ରେଣୀ ଗୃହରେ ହେବାକୁ ଥିବା ସମସ୍ତ ପରୀକ୍ଷା ଓ ପାଠପଢ଼ାକୁ ସ୍ଥଗିତ କରାଯାଇଛି । ସବୁ ହଷ୍ଟେଲ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ । ୧୯ ତାରିଖ ସୁଦ୍ଧା ହଷ୍ଟେଲ ଖାଲି ପାଇଁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପାଠ୍ୟକ୍ରମ ସାରିବା ପାଇଁ ଅନଲାଇନରେ କ୍ଲାସ୍ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।

ଠିକ୍ ସମୟରେ ଯେପରି ପାଠ୍ୟକ୍ରମ ସରିବ ସେଥିପ୍ରତି ଧ୍ୟାନ ଦିଆଯିବ । କୁଳପତି ଓ ଅଧ୍ୟକ୍ଷଙ୍କ ପରାମର୍ଶ ପରେ ସଂଶୋଧିତ ପରୀକ୍ଷା ସୂଚୀ ବାହାରିବ । ଏଥିସହ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଉଚ୍ଚ ଶିକ୍ଷାନୁଷ୍ଠାନ । ଏନେଇ ସବୁ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖିଛି । ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏନେଇ ଚିଠି ଜାରି କରିଛନ୍ତି ।

Leave a Reply