ଅନୁକମ୍ପା ମୂଳକ ସହାୟତା କ୍ଷେତ୍ରରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
1 min read
ନନ୍ଦିଘୋଷ ବ୍ୟୁରୋ : ଅନୁକମ୍ପା ମୂଳକ ସହାୟତା କ୍ଷେତ୍ରରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏକ ଆବେଦନର ଶୁଣାଣି କରି ହାଇକୋର୍ଟ କହିଛନ୍ତି- ପତ୍ନୀ ଅସୁସ୍ଥ ଥିଲେ ପୁତ୍ର ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରି ପାରିବେ । ସେ ନାବାଳକ ଥିଲେ ସାବାଳକ ହେଲା ପରେ ତାଙ୍କ ଆବେଦନକୁ ଗ୍ରହଣ କରି ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ କରାଯିବ । ବଲାଙ୍ଗୀର ଟିଟିଲାଗଡ ଜନସ୍ବାସ୍ଥ୍ୟ ବିଭାଗ ର ଜନୈକ କର୍ମଚାରୀଙ୍କ ମୃତ୍ୟୁ ୨୦୦୫ରେ ହୋଇଥିଲା । ପରେ ତାଙ୍କ ପତ୍ନୀ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରିଥିଲେ। ସରକାର ୨୦୧୨ ମସିହାରେ ତାଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରସ୍ତାବ ଦେଇ ଥିଲେ । ସେତେବେଳେ ସେ ଶାରୀରିକ ଅସୁସ୍ଥତା କାରଣରୁ ପୁଅ ସଚ୍ଚିଦା ତଣ୍ଡିକୁ ନିଯୁକ୍ତି ଦେବାକୁ ଅନୁରୋଧ କରିଥିଲେ । ସରକାର ଏହାକୁ ୨୦୧୬ରେ ଖାରଜ କରି ଦେଇ ଥିଲେ । ୨୦୧୭ରେ ହାଇକୋର୍ଟ ଙ୍କ ଦ୍ବାରସ୍ଥ ହୋଇଥିଲେ ମୃତ କର୍ମଚାରୀଙ୍କ ପତ୍ନୀ। ହାଇକୋର୍ଟ ୨୦୨୪ରେ ଏହାର ପୁନଃବିଚାର କରିବାକୁ ସରକାରଙ୍କୁ କହିଥିଲେ ସୁଦ୍ଧା ସରକାର ଏହାକୁ ଗ୍ରହଣ କରି ନଥିଲେ । ତେବେ ଏହି ମାମଲାର ପୁନଃଶୁଣାଣି କରି ତିନି ମାସ ମଧ୍ୟରେ ଅସୁସ୍ଥ ପତ୍ନୀ ବଦଳରେ ପୁଅକୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।