ଆପଣ ମାନେ ଖୁସି ତ ?
1 min readଆପଣ ମାନେ ଖୁସି ତ? ଆମ ଗାଁ ଆମ ବିକାଶରେ ଭିଡିଓ କନଫେରନସିଂ ଦ୍ବାରା ଗାଁ ଲୋକଙ୍କୁ ଏହି ପ୍ରଶ୍ନ କରୁଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକ ବି ଖୁସି ଥିବା କହିଥଲେ । ହେଲ ଏବେ ଏହା କେବଳ ଗୋଟାଏ ଧାଡି ନୁହେଁ, ବିଜୁ ଜନତା ଦଳ ପାଇଁ ଏକ ବିପ୍ଳବରେ ପରିଣତ ହୋଇଛି । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଯେଉଁ ପ୍ରଚାରରେ ଯାଉଛନ୍ତି ସେଠାରେ ସରକାରଙ୍କ ବିକାଶର କାର୍ଯ୍ୟକୁ ନେଇ ଲୋକଙ୍କୁ ପ୍ରଶ୍ନ କରୁଛନ୍ତି । ଏହା ଏବେ ବିଜେଡିର ବିଭିନ୍ନ ରାଜନୈତିକ ସଭା ଶୋଭାଯାତ୍ରାରେ ବ୍ୟବହାର କରାଯାଉଛି ।
୨୦୧୯ ନିର୍ବାଚନରେ ନବୀନଙ୍କ ଏହି ପ୍ରଶ୍ନ ହିଁ ଥିଲା ବିଜେଡିର ସବୁଠାରୁ ବଡ଼ ସ୍ଲେଗାନ ଓ କ୍ୟାମ୍ପେନ୍ ଡାଏଲଗ୍ । ଯାହାକୁ ପଚାରିବା ପରେ ଲୋକଙ୍କର ଜୋରଦାର ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳୁଥିଲା । ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ପ୍ରାର୍ଥନା ବେଳେ ଦଳୀୟ ସଭାପତିଙ୍କ ଏ ଗୋଟିଏ ଧାଡ଼ି ସବୁଠି ଭାଇରାଲ୍ ହେବାରେ ଲାଗିଲା । ସମସ୍ତେ ଏହାକୁ ପସନ୍ଦ କଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲକ୍ଷାଧିକ ଲୋକଙ୍କର ସମାଗମ ଦେଖିବାକୁ ମିଳିଲା ।
ବିଜେପୁର ଉପ-ନର୍ବାଚନରେ ମଧ୍ୟ ସମାନ ଢାଞ୍ଚାରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଡିଜିଟାଲ ପ୍ରଚାର ଗାଡିରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନରେ ପ୍ରଚାର କରି ଲୋକଙ୍କୁ ସରକାରୀ ସୁବିଧା ପାଉଛନ୍ତି କି ନାହିଁ ପଚାରି ବୁଝୁଛନ୍ତି । କେତେବେଳେ ଗାଡି ଭିତରୁ ହାତ ହଲାଇବା ହେଉ ବା ଗାଡି ଉପରକୁ ଆସି ଲୋକଙ୍କୁ ଉଦବୋଧନ ଦେଉଛନ୍ତି । ହାତରେ ମାଇକ୍ ଧରି ଭୋଟରଙ୍କୁ ପ୍ରଶ୍ନ କରୁଛନ୍ତି, ଆପଣ ମାନେ ଖୁସି ତ ? ଭୋଟର ବି ପାଖରୁ ନବୀନଙ୍କୁ ଦେଖି ଉତ୍ତର ଦେଉଛନ୍ତି ହଁ ଖୁସି ।
ବିଜେଡି ପାଇଁ ବିଜେପୁର ଗୁରୁତ୍ବପୂର୍ଣ୍ଣ । କାରଣ ଏଠାରୁ ନିର୍ବାଚନ ଳଢି ୫୫ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ଇସ୍ତଫା ପରେ ଉପ-ନିର୍ବାଚନ ହେଉଛି । ହେଲେ ନବୀନଙ୍କ ପାଇଁ ଯେ ବିଜେପୁର ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ତାହା ତାଙ୍କ ଦୁଇ ଦିନିଆ ମାରାଥନ ପ୍ରଚାରରୁ ଜଣାପଡୁଛି । ପୂର୍ବରୁ ବିଜେପୁର ପାଇଁ ମାଳ ମାଳ ବିକାଶର ପ୍ୟାକେଜ ପରେ ଦ୍ବିତୀୟ ଥର ପାଇଁ ବରଗଡରେ ରାତ୍ରୀଯାପନ ଓ ତିନି ତିନୋଟି ବ୍ଲକରେ ରୋଡ ସୋ ଜରିଆରେ ପ୍ରଚାର, ସେହି ନିର୍ବାଚନମଣ୍ଡଳୀ ପାଇଁ ନବୀନଙ୍କ ଆନ୍ତରିକତା ପ୍ରତିପାଦନ କରୁଛି । ଆପଣ ମାନେ ଖୁସି ତ ?
ଏହି ଗୋଟାଏ କଥା ଶୁଣିବାକୁ ରାସ୍ତା ସାରା ବିଜେପୁର ଭୋଟର ଠିଆ ହୋଇ ରହୁଛନ୍ତି । ନବୀନଙ୍କ ପାଇଁ ଯେଉଁଠି ରୀତାଙ୍କ ବିଜୟ ପ୍ରମୁଖ, ବିଜେପି ଓ କଂଗ୍ରେସ ଦଳୀୟ କନ୍ଦଳରୁ ଓହରି ପାରୁନଥିବା ଚର୍ଚ୍ଚା ହେଉଛି । ଏପରିକି ନର୍ବାଚନ ପୂର୍ବରୁ ବିଜେଡି ବିଶାଳ ପ୍ରଚାର ଏଜେଣ୍ଡା ଆଗରେ କଂଗ୍ରେସ ହାତ ଟେକି ଦେଇଥିବା ଦଳୀୟ ବିଧାୟକ ସୁରେଶ ରାଉତରାୟଙ୍କ ମତ ପରେ ସ୍ପଷ୍ଟ ହୋଇଛି । ସେପଟେ ଷ୍ଟାର ପ୍ରଚାରକ ତାଲିକାରେ ଥିବା ଜେ.ପି.ନଡ୍ଡାଙ୍କ ପରି କେନ୍ଦ୍ରମନ୍ତ୍ରୀ ପ୍ରଚାରକୁ ଆସୁ ନାହାନ୍ତି । ଚର୍ଚ୍ଚ ହେଉଛି, ବିଜେପି ପାଇଁ ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ ଯେତିକି ଗୁରୁତ୍ବ ବହନ କରୁଛି, ବିଜେପୁର ସେତେଟା ନୁହେଁ । ')}