ପ୍ରସିଦ୍ଧ ତାରାତାରିଣୀ ପୀଠର ବିକାଶ ପାଇଁ ସ୍ଥିତି ପରଖିଲେ ଉଚ୍ଚସ୍ତରୀୟ ଅଧିକାରୀ

1 min read

ଗଞ୍ଜାମ: ପ୍ରସିଦ୍ଧ ତାରାତାରିଣୀ ପୀଠର ବିକାଶ ପାଇଁ ସ୍ଥିତି ପରଖିଲେ ଉଚ୍ଚସ୍ତରୀୟ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦିଲ୍ଲୀପ କୁମାର ମହାନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତାରାତାରିଣୀ ପୀଠକୁ ଯାଇ ସ୍ଥିତି ଅନୁଧ୍ୟାନ ଓ ସମୀକ୍ଷା କରିଛନ୍ତି । ତାଙ୍କ ସହିତ ବହୁ ଅଫିସର ମନ୍ଦିର ପରିସର ବୁଲି ଦେଖିଥିଲେ ।

ମନ୍ଦିରର ସୌନ୍ଦର୍ଯ୍ୟକରଣ, ପର୍ଯ୍ୟଟନସ୍ଥଳୀର ବିକାଶ, ଭକ୍ତ ଓ ପର୍ଯ୍ୟଟକ ସୁବିଧା ପାଇଁ କ’ଣ କରାଯିବ, ତାହା ଅନୁଧ୍ୟାନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ଓ ପୂଜାରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦିଲ୍ଲୀପ କୁମାର ମହାନ୍ତି ଆଲୋଚନା କରିଥିଲେ । ଏହା ମଧ୍ୟରେ ତାରାତାରିଣୀ ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିସାରିଛନ୍ତି । ଏହା ପୂର୍ବରୁ 5-T ସଚିବ ଭି.କେ. ପାଣ୍ଡିଆନ ତାରାତାରିଣୀ ପୀଠ ପରିଦର୍ଶନ କରିଥିଲେ ।

Leave a Reply