spot_img

Latest Posts

ଏରସମା ଥାନା ପରିସରରେ ହାଇଡ୍ରାମା ; ଗିରଫ ଭୟରେ ବିଷ ପିଇଦେଲା ଯୁବକ

ନନ୍ଦିଘୋଷ ବ୍ୟୁରୋ : ଏରସମା ଥାନା ପରିସରରେ ହାଇ ଡ୍ରାମା । ଗିରଫ ଭୟରେ ବିଷ ପିଇଦେଲା ଯୁବକ । ଉଦ୍ଧାର ପରେ ପ୍ରଥମେ ଏରସମା ମେଡିକାଲ ପରେ ଜିଲ୍ଲା ଚିକିତ୍ସାଳୟ ସ୍ଥାନାନ୍ତର । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୁଞ୍ଜକୋଠି ପଞ୍ଚାୟତ କନାଗୁଳି ଗାଁର ଅନାଦି ରାଉତ  ସ୍ତ୍ରୀ ଓ ପିଲାମାନଙ୍କୁ ବାରମ୍ବାର ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଏନେଇ ସ୍ତ୍ରୀ, ପରିବାର ସହ ସ୍ଵାମୀ ଙ୍କ ବିରୋଧରେ ଏରସମା ଥାନାକୁ ଏତଲା ଦେବାକୁ ଆସିଥିବା ବେଳେ ଅନାଦି ହଠାତ୍ ଉତ୍ତେଜିତ ହୋଇ ଥାନା ପରିସରରେ ସ୍ତ୍ରୀ ଓ ଶଶୁରଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିଲା । ପରେ ଗିରଫ ଭୟରେ ସେ ସେଠାରେ ବିଷ ପିଇଦେଇଥିଲା । ଥାନା ଅଧିକାରୀ ପ୍ରେମ୍ ଜିତ ଦାସ ତୁରନ୍ତ ଅନାଦିକୁ ଉଦ୍ଧାର କରି ଏରସମା ମେଡିକାଲକୁ ନେଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ଜାରି ରଖିଛି ।

Latest Posts

Don't Miss