spot_img

Latest Posts

ଅମିତ ଶାହଙ୍କୁ ଭେଟିଲେ ସିଦ୍ଧୁଙ୍କ ବାପା-ମାଆ; କେନ୍ଦ୍ରୀୟ ଏଜେନ୍ସିଙ୍କ ଦ୍ୱାରା ତଦନ୍ତ ନେଇ କଲେ ଅନୁରୋଧ

ଚଣ୍ଡିଗଡ଼: ପରଲୋକଗତ ପଞ୍ଜାବୀ ଗାୟକ ଶୁଭଦୀପ ସିଂ ଓରଫ୍ ସିଦ୍ଧୁ ମୁସେଓ୍ୱାଲାଙ୍କ ପିତାମାତା ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଚଣ୍ଡିଗଡ଼ରେ ଦୁହେଁ ଶାହାଙ୍କୁ ଭେଟି ପୁଅ ପାଇଁ ନ୍ୟାୟ ଭିକ୍ଷା କରିଥିବା ଜଣାପଡ଼ିଛି । ୧୦-୧୫ମିନିଟ ପର୍ଯ୍ୟନ୍ତ ମୁସେୱାଲାଙ୍କ ପିତାମାତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ତଦନ୍ତ ନେଇ ଆଲୋଚନା କରିଥିଲେ ।

ସିଦ୍ଧୁ ମୁସେଓ୍ୱାଲାଙ୍କ ପିତା ବଲକୌର ସିଂହ ଏବଂ ମାଆ ସରପଞ୍ଚ ଚରଣ କୌର ଚଣ୍ଡିଗଡ଼ ବିମାନବନ୍ଦରରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଥିଲେ । ଏବଂ ମୁସେଓ୍ୱାଲାଙ୍କ ହତ୍ୟା ମାମଲାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା କରାଇବାକୁ ଅନୁରୋଧ କରିଥିଲେ । ଏହି ପରିପ୍ରକ୍ଷୀରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ୍ ଏବଂ ଚଣ୍ଡିଗଡ଼ ସାଂସଦ କିରଣ ଖେର୍ ଉପସ୍ଥିତ ଥିଲେ ।

ଏହା ପୂର୍ବରୁ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସିଟିଂ ଜଜ୍‌ଙ୍କ ଦ୍ୱାରା ମାମଲାର ତଦନ୍ତ କରିବାକୁ ମନା କରିଦେଇଥିଲେ । ମୁସେଓ୍ୱାଲାଙ୍କ ପିତାଙ୍କ ଦାବି ଉପରେ ପଞ୍ଜାବ ସରକାର ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ପଠାଇଛନ୍ତି । ତେବେ ସରକାରଙ୍କୁ ଦିଆଯାଇଥିବା ଜବାବରେ କୁହାଯାଇଛି ଯେ, ପୂର୍ବରୁ ଏଭଳି କେବେ ହୋଇନି ଯେ, ହାଇକୋର୍ଟ ଏଭଳି ମାମଲାରେ କୌଣସି ସିଟିଂ ଜଜ୍‌ଙ୍କ ତତ୍ତ୍ୱାବଧାନରେ ତଦନ୍ତ କରିବେ । ଏହା ସହ ଲମ୍ୱିତ ଥିବା ବିଭିନ୍ନ ମାମଲା ଏବଂ ଜଜଙ୍କ ଅଭାବ ଦର୍ଶାଇ ଏଭଳି ପ୍ରାର୍ଥନାକୁ ଅଗ୍ରାହ୍ୟ କରିଦିଆଯାଇଛି ।

पंजाब के CM भगंवत मान ने कल मूसा गांव पहुंचकर मूसेवाला के पिता बलकौर सिंह से दुख साझा किया।

ତେବେ ଶାହଙ୍କ ସହ ବୈଠକ ପରେ ମୁସେୱାଲାଙ୍କ ପରିବାର ସଦସ୍ୟ ଘରକୁ ଫେରିଛନ୍ତି। ଏହା ପୂର୍ବରୁ ମୁସେୱାଲାଙ୍କ ଘରକୁ ଯାଇ ତାଙ୍କ ପରିବାର ସଦସ୍ୟଙ୍କ ସହ ସାକ୍ଷାତ କରିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍। ମାନସା ଜିଲ୍ଲାସ୍ଥିତ ପୈତୃକ ଗାଁ ମୁସାକୁ ଯାଇ ମୁସେୱାଲାଙ୍କ ପରିବାରର ସଦସ୍ୟମାନଙ୍କ ନିକଟରେ ଶୋକବ୍ୟକ୍ତ କରିଥିଲେ ମାନ୍।

Latest Posts

Don't Miss