ଡାକ୍ତର ସୁନ୍ଦର ଅକ୍ଷରରେ ପ୍ରେସ୍‌କ୍ରିପ୍‌ସନ୍ ଲେଖନ୍ତୁ, ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟଙ୍କ ପରାମର୍ଶ

1 min read

ଭୁବନେଶ୍ୱର: ଡାକ୍ତରମାନେ ଏଣିକି କ୍ୟାପିଟାଲ ଲେଟରରେ ପରିଷ୍କାର ଭାବେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବେ । ହାଇକୋର୍ଟ ଏହି ପରାମର୍ଶ ଦେଇଛନ୍ତି । ଅନେକ ସମୟରେ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି  । ଡାକ୍ତର କଣ ପରାମର୍ଶ ଦେଇଛନ୍ତି ବା ଔଷଧ ଲେଖିଛନ୍ତି, ତାହା ଜଣାପଡୁନାହିଁ । କିଛି ଡାକ୍ତରଙ୍କ ଅକ୍ଷର ସାଧାରଣତଃ ଲୋକ ବୁଝିବା କଷ୍ଟକର । ଅନେକ ସମୟରେ ଦୋକାନୀ ଅନୁମାନ କରି ଔଷଧ ଦେଉଛନ୍ତି । ଯାହାକି ଅନେକ ସମୟରେ ବିପଦପୂର୍ଣ୍ଣ ହେଉଛି ।

ତେଣୁ ଡାକ୍ତର ପ୍ରେସ୍‌କ୍ରିପ୍‌ସନ୍‌ କ୍ୟାପିଟାଲ ଲେଟରରେ ପରିଷ୍କାର ଭାବେ ଲେଖିବା ପାଇଁ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ଏମ୍‌ସିଆଇ ଗାଇଡ୍‌ଲାଇନ୍‌ ଅନୁସାରେ ମୁଖ୍ୟ ଶାସନ ସଚିବ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି ହାଇକୋର୍ଟ । ଏହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି।

ଇଣ୍ଡିଆନ ମେଡିକାଲ ଆସୋସିଏସନ-ଏମ୍‌ସିଆଇର ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ଅଛି ଯେ ହସ୍ତାକ୍ଷର ଭଲ ନଥିବା ଡାକ୍ତରମାନେ ରୋଗୀ ତଥା ରୋଗୀଙ୍କ ସମ୍ପର୍କୀୟ ଏବଂ ଔଷଧ ଦୌକାନୀ ବୁଝିଲା ଭଳି ଅକ୍ଷରରେ ଲେଖିବେ । ନଚେତ ଡିଜିଟାଲ ପ୍ରେସ୍‌କ୍ରିପ୍‌ସନ୍‌ ଦେଇପାରିବେ । ଏହାକୁ ଲାଗୁ କରିବାକୁ ହେଲେ ଉଭୟ ସରକାରୀ ଓ ବେସରକାରୀ ମେଡିକାଲଗୁଡ଼ିକର ଭିତ୍ତିଭୂମି ବିକାଶ କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି  ।

 

Leave a Reply