spot_img

Latest Posts

ଝାରସୁଗୁଡ଼ା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟ ନୋଟିସ

ଝାରସୁଗୁଡ଼ା: ଝାରସୁଗୁଡ଼ା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ହାଇକୋର୍ଟ ନୋଟିସ। ସତ୍ଯପାଠରେ ଅପରାଧିକ ତଥ୍ଯ ଲୁଚାଇବା ଅଭିଯୋଗରେ ନୋଟିସ ଜାରି କରିଛନ୍ତି ଉଚ୍ଚ ନ୍ଯାୟାଳୟ । ଆସନ୍ତା ୨୩ ସେପ୍ଟେମ୍ବର ସୁଦ୍ଧା ତଥ୍ଯ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ପରବର୍ତ୍ତୀ ଶୁଣାଣି ବେଳେ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ।

ସୂଚନା ଅନୁଯାୟୀ, ଟଙ୍କଧର ନିର୍ବାଚନ ସତ୍ୟପାଠରେ ଅପରାଧିକ ମାମଲା ଲୁଚାଇଥିବା ନେଇ ଅଭିଯୋଗ ଆଣିଥିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ନାମାଙ୍କନ ବେଳେ ଟଙ୍କାଧର ଦାଖଲ କରିଥିବା ସତ୍ୟପାଠ ତ୍ରୁଟିପୂର୍ଣ୍ଣ ଓ ଏଥିରେ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସଂପର୍କିତ ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇ ନାହିଁ ବୋଲି ଆବେଦନରେ ଦର୍ଶାଇଛନ୍ତି ଦୀପାଳି । ମିଥ୍ୟା ସତ୍ୟପାଠ ଦେଇଥିବାରୁ ଜନ ପ୍ରତିନିଧି ଆଇନ ଅନୁସାରେ ଟଙ୍କଧରଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି । ୨୦୨୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୧୩ ଶହ ୩୩ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ପରାଜିତ କରିଥିଲେ ।

Latest Posts

Don't Miss