କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ହାଇକୋର୍ଟଙ୍କ ଶକ୍ତ ଝଟକା; ବନ୍ଦ ନୁହେଁ, ଧର୍ମଘଟ କରି ପାରିବ

High Court Denied Congress For Odisha Bandh

କଟକ: ଓଡ଼ିଶା କଂଗ୍ରେସକୁ ହାଇକୋର୍ଟ ଝଟକା । ଆସନ୍ତାକାଲି କଂଗ୍ରେସ ଦେଇଥିବା ଓଡ଼ିଶା ବନ୍ଦ ଡାକରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଆସନ୍ତାକାଲି ଓଡ଼ିଶା କଂଗ୍ରେସ ଦେଇଥିବା ବନ୍ଦ ଡାକରାକୁ ହାଇକୋର୍ଟ ମନା କରି ଦେଇଛନ୍ତି । କଂଗ୍ରେସ କେବଳ ଧର୍ମଘଟ କରିପାରିବ, ବନ୍ଦ ନୁହେଁ । ଧର୍ମଘଟ ବେଳେ କଂଗ୍ରେସ ସାଧାରଣ ଜନତାଙ୍କ ଜୀବନରେ ବ୍ୟାଘାତ ସୃଷ୍ଟି କରିବ ନାହିଁ । ଜବରଦସ୍ତି ଭାବେ ମାର୍କେଟ୍ ବନ୍ଦ, ଗାଡ଼ି ଚଳାଚଳରେ ବାଧା ଦିଆଯାଇ ପାରିବ ନାହିଁ ।

 High Court Denied Congress For Odisha Bandh

କଂଗ୍ରେସର ବନ୍ଦ ଡାକରାକୁ ନେଇ ହାଇକୋର୍ଟରେ କଟକ ଦୋକାନୀ ସଂଘ ପକ୍ଷରୁ ମାମଲା ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା । ଅନଲାଇନ୍ ଶୁଣାଣି କରି ହାଇକୋର୍ଟ ବନ୍ଦକୁ ମନା କରି ଦେଇଛନ୍ତି । ଶୁଣାଣି ସମୟରେ ସିଏମସି କମିଶନର, ପୋଲିସ କମିଶନର, ଡିଜିପି ଏବଂ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ ।

ଏଥିସହ ପଢ଼ନ୍ତୁ: ‘ବିଜେପି ଇସାରାରେ ନାଚୁଛି ଓଡ଼ିଶା କଂଗ୍ରେସ’: ବିଜେଡି

ଧର୍ମଘଟ ବେଳେ କଂଗ୍ରେସ କାହାରିକୁ ଫୋର୍ସ କରିବ ନାହିଁ । ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ବନ୍ଦ ବେଆଇନ୍ ବୋଲି କହି ସାରିଛନ୍ତି । ଧର୍ମଘଟ ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Leave a Reply