ଜିଦ୍‌ରେ ଅଟଳ ଓକିଲ: ନଭେମ୍ବର ପହିଲା ଯାଏଁ ଆନ୍ଦୋଳନ

1 min read

ଜାରି ରହିବ ଓକିଲଙ୍କ ଆନ୍ଦୋଳନ । ନଭେମ୍ବର ପହିଲା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ହାଇକୋର୍ଟ ବାର ଆସୋସିଏସନ  । ଆସନ୍ତା ନଭେମ୍ବର ୧ ଯାଏଁ ହାଇକୋର୍ଟ କାର୍ଯ୍ୟରେ ଯୋଗ ନଦେବାକୁ ବାର୍‌ ଆସୋସିଏସନ୍‌ ପକ୍ଷରୁ ସମସ୍ତ ଆଇନଜୀବୀ ମାନଙ୍କୁ ଅନୁରୋଧ କରାଯାଇଛି। ଆଜି ବାର ଆସୋସିଏସନ୍ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଆସୋସିଏସନ୍‌ ସମ୍ପାଦକ ସଞ୍ଜୟ ଦାସ ସୂଚନା ଦେଇଛନ୍ତି । ଆସନ୍ତା ୧ ତାରିଖରେ ବୈଠକ ବସିବା ପରେ ପରର୍ବତ୍ତୀ ନିଷ୍ପତ୍ତି ନିଆଯିବ। ହାଇକୋର୍ଟର ସମସ୍ତ ଜଜ୍ ପଦବୀ ପୂରଣ ଓ କଲେଜିୟମ ବ୍ୟବସ୍ଥା ଉଚ୍ଛେଦ ଦାବି ଆନ୍ଦୋଳନ ଜାରି ରଖିଛି ବାର୍ ଆସୋସିଏସନ ।

')}

Leave a Reply