ଭାରତ ମହାସାଗରରେ ଡ୍ରୋନ ଆକ୍ରମଣ, ହାଇଆଲର୍ଟ ଜାରି

ନନ୍ଦିଘୋଷ ବ୍ୟୁରୋ: ଭାରତ ମହାସାଗରରେ ଜାହାଜରେ ବିସ୍ଫୋରଣ । ଲାଇବେରିଆ ପତାକା ଲାଗିଥିବା ଟ୍ୟାଙ୍କରରେ ଡ୍ରୋନ ଆକ୍ରମଣ କରାଯାଇଛି । ଡ୍ରୋନ ଆଟାକ୍ କାରଣରୁ ଜାହାଜରେ ବିସ୍ଫୋରଣ ଘଟିଛି । ଏହି ଜାହାଜ ଇସ୍ରାଏଲର ହୋଇଥିବା ଅନୁମାନ କରାଯାଉଛି ।
ବ୍ରିଟିଶ ସେନାର ୟୁନାଇଟେଡ କିଙ୍ଗଡମ ମେରିଟାଇମ ଟ୍ରେଡ ଅପରେସନ ଓ ସମୁଦ୍ରୀ ସୁରକ୍ଷା ଫର୍ମ ଏମ୍ବ୍ରେ ମୁତାବକ ଭାରତ ତଟରେ ସନ୍ଦିଗ୍ଧ ଆକ୍ରମଣ କାରଣରୁ ଜାହାଜରେ ନିଆଁ ଲାଗି ଯାଇଛି । ଏହି ଆକ୍ରମଣ ଅନକ୍ରୁଡ ଏରିଏଲ ସିଷ୍ଟମ ଦ୍ବାରା କରାଯାଇଛି ।
ଏହି ଆକ୍ରମଣରେ କୌଣସି କ୍ରୁ ମେମ୍ବର ଆହତ ହୋଇ ନାହାନ୍ତି । ଗୁଜୁରାଟର ବେରାବଲ ତଟରୁ ୨୦୦ ନାଟିକଲ କିଲୋମିଟର ଦୂର ରେ ଏହି ଡ୍ରୋନ ଆକ୍ରମଣ ହୋଇଛି । କୁହାଯାଉଛି ଇସ୍ରାଏଲ ସହ ଜାହାଜର ସମ୍ପର୍କ ଥିବା ସହ ବାଣିଜ୍ୟିକ ଜାହାଜଟି ଭାରତ ଆସୁଥିଲା ।