ହୀରାକୁଦରୁ ନିଷ୍କାସିତ ହେଉଛି ପ୍ରଥମ ବନ୍ୟାଜଳ, ତଳିଆ ଅଞ୍ଚଳକୁ ସତର୍କତା ଜାରି

ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା ବଢ଼ିବାରେ ଲାଗିଛି । ସକାଳ ୬ଟା ସୁଦ୍ଧା ଡ୍ୟାମ ଭିତରକୁ ୧ ଲକ୍ଷ ୧୬ ହଜାର ୯୮୨ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ, ୫ଟି ସ୍ଲୁଇସ୍ ଗେଟ୍ ଓ ବିଭିନ୍ନ କେନାଲ ଦେଇ ସମାନ ପରିମାଣର ବନ୍ୟା ଜଳ ନିଷ୍କାସିତ ହେଉଛି ।

ବର୍ତ୍ତମାନ ଡ୍ୟାମର ଜଳସ୍ତର ୬୧୪.୪୭ ଫୁଟରେ ପହଞ୍ଚିଛି । ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପରେ ତଳିଆ ଅଞ୍ଚଳର ଲୋକଙ୍କ ସତର୍କ କରାଯାଇଛି ।