ଇନଫର୍ମର ସନ୍ଦେହରେ ୩ ଜଣଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ, ଓଡିଶା ସୀମାରେ ହାଇଆଲର୍ଟ

ରାୟପୁର: ଛତିଶଗଡ କାଙ୍କେର ଜିଲ୍ଲାରେ ନକ୍ସଲଙ୍କ ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ୩ ଜଣଙ୍କୁ ନିର୍ମମ ହତ୍ୟା । ଅନ୍ତର୍ଗତ କାଙ୍କେର ଜିଲ୍ଲା ଅନ୍ତର୍ଗତ ଛୋଟେବେଠିଆ ଥାନା ଅଂଚଳରେ ରକ୍ତମୁଖା ହୋଇଛନ୍ତି ମାଓବାଦୀ । ୪ ଦିନ ପୂର୍ବରୁ ମୁର୍ଖେଣ୍ଡି ଗାଁର ତିନିଜଣଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ଉଠାଇ ନେଇଥିଲେ ମାଓବାଦୀ ।

ଗତକାଲି ସେମାନଙ୍କ ମୃତଦେହକୁ ଗାଁ ମୁଣ୍ଡରେ ଫିଙ୍ଗି ଚାଲିଯାଇଥିଲେ । ଗ୍ରାମବାସୀ ମୃତଦେହକୁ ଉଦ୍ଧାର କରି ଛୋଟେବେଠିଆ ଥାନା ପରିସରକୁ ନେଇଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଛତିଶଗଡ଼ ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ଚାଲୁଥିବା ବେଳେ ସାଧାରଣ ଲୋକଙ୍କୁ ମାଓବାଦୀ ହତ୍ୟା କରିବା ଘଟଣା ସୁରକ୍ଷାକୁ ନେଇ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ମାଓବାଦୀଙ୍କ ବର୍ବରକାଣ୍ଡକୁ ନେଇ ଓଡ଼ିଶା ସୀମାରେ ଆଲର୍ଟ ଜାରି କରାଯାଇଛି ।