ମହାରାଷ୍ଟ୍ରରେ ହାଇ ଆଲର୍ଟ,ସମୁଦ୍ର ଭିତରେ ଖାଲି ବୋଟରୁ ମିଳିଲା ଏକେ-୪୭

1 min read

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ହାଇ ଆଲର୍ଟ  । ସମୁଦ୍ରରେ ଭାସୁଛି ସନ୍ଦିଗ୍ଧ ଡଙ୍ଗା  । ଆଉ ଡଙ୍ଗାରେ ଯାହା ରହିଛି, ତାହା ପାଦ ତଶୁ ମାଟି ଖାସାଇଦେଲା ଭଳି  । କାରଣ ୨୬-୧୧ ଆତଙ୍କବାଦୀ ହମଲା ଯେଉଁ ଉପାୟରେ ହୋଇଥିଲା, ଠିକ୍ ସେହିଭଳି ଅନୁମାନ କରାଯାଉଛି  । ରାୟଗଡ ପୋଲିସ ଦ୍ୱାରା ଏହି ଦୁଇ ଡଙ୍ଗାକୁ କୂଳକୁ ଅଣାଯାଇଛି  । ଏବଂ ଡଙ୍ଗାରେ ଦେଖିବାକୁ ମିଳିଛି AK 47 ବନ୍ଧୁକ ସହ ବିସ୍ଫୋରକ ଭର୍ତ୍ତି ହୋଇଛି  ।

୭୨୦ କିଲୋମିଟର ପରିବ୍ୟାପ୍ତ ସମୁଦ୍ର ତଟରେ ମହାରାଷ୍ଟ ପୋଲିସ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି  । ସେପଟେ ଆଗକୁ ଦହି ହାଣ୍ଡି ଏବଂ ଗଣେଶ ଚତୁର୍ଦଶୀ ରହିଥିବାରୁ ଆତଙ୍କବାଦୀଙ୍କ ଟାର୍ଗେଟ ରହିଥିବା ନେଇ ଅନୁମାନ କରାଯାଉଛି  । ଦୁଇଟି ଡଙ୍ଗା ରାୟଗଡ଼ ଜିଲ୍ଲା ସମୁଦ୍ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଭାସୁଥିବା ନେଇ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ  । ପୋଲିସ ଘଟଣାସ୍ଥଳରେ ପହଁଚିବା ସହ ଦୁଇଟି ଡଙ୍ଗାକୁ କୂଳକୁ ଆଣିଥିଲା  ।

ଡଙ୍ଗାରେ କେଉଁ ସାମଗ୍ରୀ ପରିବହନ କରାଯାଉଥିଲା ତାହା ସର୍ଚ୍ଚ ଆରମ୍ଭ ହୋଇଥିଲା  । କିନ୍ତୁ ଦେଖିଲା ବେଳକୁ ଦୁଇଟି ଡଙ୍ଗାରେ ଜିଲେଟିନ ନାମକ ପଦାର୍ଥ ଭରି ରହିଥିଲା  । ଯାହା ବମା ବାରୁଦ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ  । ସେହିପରି ଦୁଇଟି AK 47 ବନ୍ଧୁକ ମଧ୍ୟ ଡଙ୍ଗାରେ ରଖାଯାଇଥିଲା  । ପୋଲିସ ସମସ୍ତ ଗୋଳାବାରୁଦ ଏବଂ ବନ୍ଧୁକକୁ ଜବତ କରିଛି  । କିନ୍ତୁ ଏତେ ସଂଖ୍ୟକ ଗୋଳା ବାରୁଦ କିଏ ଏବଂ କେଉଁ ସଗଠନ ସମୁଦ୍ର ତଟରେ ନେଉଥିଲେ ? ଏବଂ କେଉଁଆଡ଼େ ନେଉଥିଲେ ତାହା ବର୍ତ୍ତମାନ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି  ।

ଏହି ଘଟମାପଛରେ ଆତଙ୍କବାଦୀ ସଂଗଠନକ ହାତ ଥିବାନେଇ ଅନୁମାନ କରାଯାଉଛି  । ଆଇଏସଆଇ ଆତଙ୍କବାଦୀ ଗୋଷ୍ଠୀ ସମୁଦ୍ର ପଥରେ ଏହି ବିସ୍ଫୋରକ ଭର୍ତ୍ତି ଡଙ୍ଗାକୁ କେଉଁଆଡ଼େ ଚାଲାଣ କରୁଥିବା ସନ୍ଦେହ କରାଯାଉଛି  । କାରଣ ୨୦୦୮ ମସିହାରେ ଠିକ୍ ସମାନ ଉପାୟରେ ଉକ୍ତ ସଂଗଠନ ରଚିଥିଲା ବିରାଟ ଷଡ଼ଯନ୍ତ୍ର  । ସମୁଦ୍ର ପଥରେ ଆସି ଡଙ୍ଗା ଛାଡି କୂଳକୁ ପଳାଇ ଆସିଥିଲେ  ।  ୨୬-୧୧ରେ ମୁମ୍ବାଇ ଉପରେ ଘଟାଇଥିଲେ ନାରକୀୟ କାଣ୍ଡ  ।