ମହାରାଷ୍ଟ୍ରରେ ହାଇ ଆଲର୍ଟ,ସମୁଦ୍ର ଭିତରେ ଖାଲି ବୋଟରୁ ମିଳିଲା ଏକେ-୪୭
1 min readମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ହାଇ ଆଲର୍ଟ । ସମୁଦ୍ରରେ ଭାସୁଛି ସନ୍ଦିଗ୍ଧ ଡଙ୍ଗା । ଆଉ ଡଙ୍ଗାରେ ଯାହା ରହିଛି, ତାହା ପାଦ ତଶୁ ମାଟି ଖାସାଇଦେଲା ଭଳି । କାରଣ ୨୬-୧୧ ଆତଙ୍କବାଦୀ ହମଲା ଯେଉଁ ଉପାୟରେ ହୋଇଥିଲା, ଠିକ୍ ସେହିଭଳି ଅନୁମାନ କରାଯାଉଛି । ରାୟଗଡ ପୋଲିସ ଦ୍ୱାରା ଏହି ଦୁଇ ଡଙ୍ଗାକୁ କୂଳକୁ ଅଣାଯାଇଛି । ଏବଂ ଡଙ୍ଗାରେ ଦେଖିବାକୁ ମିଳିଛି AK 47 ବନ୍ଧୁକ ସହ ବିସ୍ଫୋରକ ଭର୍ତ୍ତି ହୋଇଛି ।
୭୨୦ କିଲୋମିଟର ପରିବ୍ୟାପ୍ତ ସମୁଦ୍ର ତଟରେ ମହାରାଷ୍ଟ ପୋଲିସ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି । ସେପଟେ ଆଗକୁ ଦହି ହାଣ୍ଡି ଏବଂ ଗଣେଶ ଚତୁର୍ଦଶୀ ରହିଥିବାରୁ ଆତଙ୍କବାଦୀଙ୍କ ଟାର୍ଗେଟ ରହିଥିବା ନେଇ ଅନୁମାନ କରାଯାଉଛି । ଦୁଇଟି ଡଙ୍ଗା ରାୟଗଡ଼ ଜିଲ୍ଲା ସମୁଦ୍ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଭାସୁଥିବା ନେଇ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚିବା ସହ ଦୁଇଟି ଡଙ୍ଗାକୁ କୂଳକୁ ଆଣିଥିଲା ।
ଡଙ୍ଗାରେ କେଉଁ ସାମଗ୍ରୀ ପରିବହନ କରାଯାଉଥିଲା ତାହା ସର୍ଚ୍ଚ ଆରମ୍ଭ ହୋଇଥିଲା । କିନ୍ତୁ ଦେଖିଲା ବେଳକୁ ଦୁଇଟି ଡଙ୍ଗାରେ ଜିଲେଟିନ ନାମକ ପଦାର୍ଥ ଭରି ରହିଥିଲା । ଯାହା ବମା ବାରୁଦ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ । ସେହିପରି ଦୁଇଟି AK 47 ବନ୍ଧୁକ ମଧ୍ୟ ଡଙ୍ଗାରେ ରଖାଯାଇଥିଲା । ପୋଲିସ ସମସ୍ତ ଗୋଳାବାରୁଦ ଏବଂ ବନ୍ଧୁକକୁ ଜବତ କରିଛି । କିନ୍ତୁ ଏତେ ସଂଖ୍ୟକ ଗୋଳା ବାରୁଦ କିଏ ଏବଂ କେଉଁ ସଗଠନ ସମୁଦ୍ର ତଟରେ ନେଉଥିଲେ ? ଏବଂ କେଉଁଆଡ଼େ ନେଉଥିଲେ ତାହା ବର୍ତ୍ତମାନ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।
ଏହି ଘଟମାପଛରେ ଆତଙ୍କବାଦୀ ସଂଗଠନକ ହାତ ଥିବାନେଇ ଅନୁମାନ କରାଯାଉଛି । ଆଇଏସଆଇ ଆତଙ୍କବାଦୀ ଗୋଷ୍ଠୀ ସମୁଦ୍ର ପଥରେ ଏହି ବିସ୍ଫୋରକ ଭର୍ତ୍ତି ଡଙ୍ଗାକୁ କେଉଁଆଡ଼େ ଚାଲାଣ କରୁଥିବା ସନ୍ଦେହ କରାଯାଉଛି । କାରଣ ୨୦୦୮ ମସିହାରେ ଠିକ୍ ସମାନ ଉପାୟରେ ଉକ୍ତ ସଂଗଠନ ରଚିଥିଲା ବିରାଟ ଷଡ଼ଯନ୍ତ୍ର । ସମୁଦ୍ର ପଥରେ ଆସି ଡଙ୍ଗା ଛାଡି କୂଳକୁ ପଳାଇ ଆସିଥିଲେ । ୨୬-୧୧ରେ ମୁମ୍ବାଇ ଉପରେ ଘଟାଇଥିଲେ ନାରକୀୟ କାଣ୍ଡ ।