ଓ୍ବାରିସ ପଞ୍ଜାବ ଦେ ମୁଖ୍ୟ ତଥା ଅମ୍ରିତପାଲ ସିଂ ପାଇଁ ହାଇଆଲର୍ଟରେ ପଞ୍ଜାବ ପୋଲିସ

ନୂଆଦିଲ୍ଲୀ: ଓ୍ବାରିସ ପଞ୍ଜାବ ଦେ ମୁଖ୍ୟ ତଥା ପଳାତକ ଅମ୍ରିତପାଲ ସିଂ ପାଇଁ ହାଇଆଲର୍ଟରେ ପଞ୍ଜାବ ପୋଲିସ । ପଞ୍ଜାବ ସରକାରଙ୍କ ନିଦ ହଜାଇଛି ଖଲିସ୍ତାନୀ ନେତା ଅମ୍ରିତପାଲ । ପୋଲିସ ଏଯାଏ ଅମ୍ରିତପାଲକୁ ଧରିପାରି ନଥିବା ବେଳେ ଏପ୍ରିଲ ୧୪ ପର୍ଯ୍ୟନ୍ତ ପଞ୍ଜାବର ସମସ୍ତ ପୋଲିସଙ୍କ ଛୁଟି ବାତିଲ ହୋଇଯାଇଛି। ତାକୁ ଗିରଫ କରିବାକୁ ପୋଲିସ ଲଗାତର ଉଦ୍ୟମ ଜାରି ରଖିଛି। ଅମ୍ରିତପାଲକୁ ଶେଷଥର ପାଇଁ ହରିଆଣାରେ ଦେଖିବାକୁ ମିଳିଥିଲା। ବେଶ ବଦଳାଇ ସାରିଥିବା ଅମ୍ରିତପାଲକୁ ଧରିବା ପାଇଁ ଦିଲ୍ଲୀ ଓ ମହାରାଷ୍ଟ୍ର ବ୍ୟତୀତ ଉତ୍ତରାଖଣ୍ଡର ଡେରୁଡୁନ, ହରିଦ୍ୱାରା ଓ ଉଦ୍ଧମ ସିଂହ ନଗରରେ ଆଲର୍ଟ ଜାରି କରାଯାଇଛି।

ପଞ୍ଜାବରୁ ଖସିଯିବା ପରେ ଅମ୍ରିତପାଲ ସିଂ ହରିଆଣାର କୁରୁକ୍ଷେତ୍ରରେ ରହିଥିଲା । ସେ ଓ ତା’ର ସହଯୋଗୀ ପାପଲପ୍ରୀତ ସିଂହ ସେଠାରେ ଜଣେ ମହିଳାଙ୍କ ଘରେ ରହିଥିଲେ । ଉକ୍ତ ମହିଳାଙ୍କୁ ପୋଲିସ ଗିରଫ କରିଛି। ସେଠାରୁ ଖସି ଯିବା ପରେ ଅମ୍ରିତପାଲ ବିଭିନ୍ନ ରାଜ୍ୟକୁ ଯିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ସେପଟେ ଦିଲ୍ଲୀ ପୋଲିସ କହିବା ଅନୁସାରେ, ଅମ୍ରିତପାଲ କସମେଟିକ ସର୍ଜରୀ କରାଇଛି । ଅମ୍ରିତପାଲ ଧରାପଡ଼ିବା ପରେ ସେ କସମେଟିକ ସର୍ଜରୀ କରାଇଛି କି ନାହିଁ ଜଣାପଡ଼ିବ ବୋଲି ପୋଲିସ କହିଛିିି ।