ହାତୀ-ମଣିଷ ସଂଘର୍ଷ ରୋକିବାକୁ ହାଇଟେକ୍ ଯୋଜନା, ଗତିବିଧି ଅଧିକ ଥିବା ଅଞ୍ଚଳରେ କରାଯିବ ସୋଲାର ଫେନସିଂ

1 min read

ଭୁବନେଶ୍ୱର: ହାତୀ-ମଣିଷ ସଂଘର୍ଷ ରୋକିବାକୁ ରାଜ୍ୟ ସରକାରଙ୍କ ହାଇଟେକ୍‌ ଯୋଜନା । ହାତୀ ଗତିବିଧି ଅଧିକ ଥିବା ଅଞ୍ଚଳରେ ସୋଲାର ଫେନସିଂ ହେବ ବୋଲି ବନ୍ୟପ୍ରାଣୀ ପିସିସିଏଫ ସୁଶୀଲ କୁମାର ପୋପଲି ସୂଚନା ଦେଇଛନ୍ତି । ଢେଙ୍କାନାଳରେ ସୋଲାର ଫେନସିଂର ଚାରିଟି ପ୍ରକଳ୍ପ ଆରମ୍ଭ ହୋଇଛି । ଧୀରେଧୀରେ ସବୁ ଜିଲ୍ଲାରେ ହେବ । ସୋଲାର ଫେନସିଂ ହାତୀ ଚଳାଚଳକୁ ପ୍ରଭାବିତ କରିବ ନାହିଁ । ହାତୀ ଆସିଲେ ସାମାନ୍ୟ ସକ୍‌ ପାଇ ଫେରିଯିବେ । ହେଲେ ମରିବେ ନାହିଁ । ମୁଖ୍ୟତଃ ଚାଷଜମି ଓ ହାତୀ କରିଡର ପାଖରେ ସୋଲାର ଫେନସିଂ ହେବ । ଏକ କିଲୋମିଟର ଯାଏଁ ଫେନସିଂ ପାଇଁ ୩ ଲକ୍ଷ ଟଙ୍କା ଲାଗିବ । ଏଥିରୁ ୨ ଲକ୍ଷ ୭୦ ହଜାର ରାଜ୍ୟ ସରକାର ଓ ବାକି ଅର୍ଥ ଶ୍ରମଦାନ ଭାବେ ଗାଁ ଦେବ ।

OREDA କିଛି ଭେଣ୍ଡରଙ୍କୁ ଅନୁମୋଦନ ଦେଇ ଚୟନ ପାଇଁ ପଠାଇଛି । ଗୋଷ୍ଠୀ ସହଯୋଗରେ କାମ କରିବାକୁ DFOମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । Anthropologic tendency ବଢ଼ିବାରୁ ହାତୀ-ମଣିଷ ସଂଘର୍ଷ ବଢୁଛି । ଓଡ଼ିଶାରେ ୨ହଜାରରୁ ଅଧିକ ହାତୀ ଅଛନ୍ତି । ଜନ ସୁରକ୍ଷା ଗଜ ରକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଲୋକଙ୍କୁ ସୁରକ୍ଷା ଦେଲେ ହାତୀର ସୁରକ୍ଷା ହେବ । ଏହା ଦୁଇଟି ମଡେଲରେ କରାଯାଉଛି । ଗୋଟିଏ ବ୍ୟକ୍ତିଗତ, ଅନ୍ୟଟି PPP ମୋଡରେ ଗୋଷ୍ଠୀଙ୍କୁ ନେଇ ହେଉଛି । ଗଜସାଥୀ ଯୋଜନା ବି ଅଛି । ସେଠାରେ Eco Development କମ୍ୟୁନିଟି କରି ୨୫ ହଜାର ଟଙ୍କା ଦିଆଯାଉଛି । ହାତୀ ଆସିଲେ ସେମାନେ ବନ ବିଭାଗକୁ ସୂଚନା ଦେଉଛନ୍ତି । ୧୨ ଶହ ଗାଁ କଭର କରାଯାଇଛି । ପ୍ରତି ଗାଁ ପାଇଁ ୪୦ରୁ ୫୦ ହଜାର ଟଙ୍କା ଦିଆଯାଇଥିବା ବନ୍ୟପ୍ରାଣୀ ବିଭାଗ ପସିସିଏଫ୍ ସୁଶୀଲ କୁମାର ପୋପଲି ସୂଚନା ଦେଇଛନ୍ତି ।