HFMD ନୁହେଁ ଟମାଟୋ ଫ୍ଲୁ, ଲକ୍ଷଣ ଅନୁସାରେ ଚିକିତ୍ସା କରିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର: ଏଚଏଫଏମଡି ନୁହେଁ ଟମାଟୋ ଫ୍ଲୁ। ଏଥିପାଇଁ ଭୟଭୀତ ନୁହେଁ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ । ଟମାଟୋ ଫ୍ଲୁ ନେଇ ଆଇସିଏମଆର କିମ୍ବା ଏନସିଡିସି କୌଣସି ଗାଇଡଲାଇନ ଜାରି କରିନାହିଁ । ଏଚଏଫଏମଡି ନେଇ ସବୁ ଜିଲ୍ଲାର ସ୍ୱାସ୍ଥ୍ୟ କେନ୍ଦ୍ରକୁ ସର୍ଭେଲାନ୍ସ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିଛି ରାଜ୍ୟରେ ଫ୍ଲୁ ରୂପ ବଦଳାଇ ଆସୁଥିବାରୁ ସାମ୍ପୁଲ ଟେଷ୍ଟ ଉପରେ ଗୁରୁତ୍ୱ ଦେଉଛି ସ୍ୱାସ୍ଥ୍ୟ ବିଭାଗ ।

ଏଚଏଫଏମଡି ପାଇଁ ସ୍ୱତନ୍ତ୍ର ଟିକା କି ଔଷଧ ଦରକାର ନାହିଁ । କେବଳ ଲକ୍ଷଣ ଅନୁସାରେ ମେଡିସିନ ସହିତ ଆଇସୋଲେସନ୍ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଏଚଏଫଏମଡି ନିୟନ୍ତ୍ରଣକୁ ଆଣିବାକୁ ରାଜ୍ୟ ସରକାର ଚେଷ୍ଟା ଜାରି ରଖିଛନ୍ତି । ଏନେଇ ଲୋକଙ୍କୁ ସଚେତନ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ଜିଲ୍ଲାର ସିଡିଏମଓଙ୍କୁ ମଧ୍ୟ ଆଲର୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହସ୍ପିଟାଲର ଶିଶୁ ବିଭାଗ ବା ଆଉଟଡୋରରେ ଏହି ଲକ୍ଷଣଜନିତ ରୋଗୀ ଆସିଲେ ସେମାନଙ୍କୁ ଟେଷ୍ଟ କରାଯାଉଛି । ସେମାନଙ୍କର କ’ଣ ଲକ୍ଷଣ ରହୁଛି, ଅଲଗା ରୋଗ କି ନୁହେଁ, ତା ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ରୋଗରେ ଆତଙ୍କିତ ହେବାର ନାହିଁ । ଏହାର କୌଣସି ନିର୍ଦ୍ଦିଷ୍ଟ ମେଡିସିନ କି ଟିକା ନାହିଁ । ଲକ୍ଷଣ ଅନୁସାରେ ଟ୍ରିଟମେଣ୍ଟ କରାଯାଉଛି। ରୋଗର ଲକ୍ଷଣ ଦେଖାଗଲେ ରୋଗୀକୁ ଆଇସୋଲେସନରେ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।