spot_img

Latest Posts

ଇସ୍ରାଏଲର ଭିତର ସୀମାରେ ସବୁଠୁ ବଡ଼ ଆକ୍ରମଣ କଲା ହେଜବୁଲ୍ଲା

ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲ ଉପରେ ହେଜବୁଲ୍ଲାର ହମଲା। ଗାଜା ଯୁଦ୍ଧ ଆରମ୍ଭ ପରଠାରୁ ଇସ୍ରାଏଲର ଭିତର ସୀମାରେ ସବୁଠାରୁ ବଡ଼ ଆକ୍ରମଣ ହୋଇଥିବା ଜଣାପଡିଛି। ଆଇଡିଏଫ ଶିବିର ଉପରେ ଡ୍ରୋନରୁ ଆକ୍ରମଣ କରିଛି ହେଜବୁଲ୍ଲା। ଲେବାନନ ସମର୍ଥିତ ହେଜବୁଲ୍ଲା ସଂଗଠନ ପକ୍ଷରୁ ଡ୍ରୋନ ଆକ୍ରମଣ ହୋଇଥିବା ଜଣାପଡିଛି। ଇସ୍ରାଏଲର ସାମରିକ ଶିବିର ଉପରେ ହୋଇଥିଲା ଏହି ଆକ୍ରମଣ। ଇସ୍ରାଏଲ ଦକ୍ଷିଣାଞ୍ଚଳର ଏକରି ସହରରେ ହୋଇଛି ଏହି ହମଲା। ଗାଜା ଉପରେ ଇସ୍ରାଏଲ ଆକ୍ରମଣ ପରଠାରୁ ଏହା ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହଯାଉଛି। ଗତକାଲି ଏହି ଆକ୍ରମଣ କରିଛି ହେଜବୁଲ୍ଲା। ତେବେ ଆକ୍ରମଣ ନେଇ କୌଣସି ସୂଚନା ଦେଇନି ଇସ୍ରାଏଲ। ସେନା ଶିବିର ଉପରେ କୌଣସି ପ୍ରକାର ଆକ୍ରମଣ ହୋଇନାହିଁ ବୋଲି କହିଛି ଇସ୍ରାଏଲ। ତେବେ ଗତକାଲି ଦୁଇ ଏରିଏଲ ଟାର୍ଗେଟକୁ ନାକାମ କରିଥିଲା ଇସ୍ରାଏଲର ସେନା। ଆକ୍ରମଣକୁ ପ୍ରତିଆକ୍ରମଣ ବୋଲି କହିଛି ହେଜବୁଲ୍ଲା। ଏହା ପୂର୍ବରୁ ଇସ୍ରାଏଲ ହମଲାରେ ହେଜବୁଲ୍ଲାର ଜଣେ ଯୋଦ୍ଧାଙ୍କ ମୃତ୍ଯୁ ଘଟିଥିଲା। ଏହାପରେ ଗତକାଲି ମଧ୍ୟ ହେଜବୁଲ୍ଲାର ଦୁଇ ଲଢୁଆ ଯୋଦ୍ଧାଙ୍କ ମୃତ୍ଯୁ ଘଟିଥିଲା। ଏହାର ଜବାବରେ ଏହି  ଆକ୍ରମଣ ବୋଲି କହିଛି ହେଜବୁଲ୍ଲା।

Latest Posts

Don't Miss