ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଘର ଉପରେ ହମାସର ଡ୍ରୋନ୍ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ଯାହୁଙ୍କ ବାସଭବନକୁ ଟାର୍ଗେଟ କରି ଡ୍ରୋନ ହମଲା। ଲେବାନନରୁ ହିଜବୁଲ୍ଲା ପକ୍ଷରୁ ଏହି ଡ୍ରୋନ ଆଟାକ୍ କରାଯାଇଛି। ଲେବାନନରେ ସକ୍ରିୟ ଆତଙ୍କୀ ସଂଗଠନ ହିଜବୁଲ୍ଲା ଏହି ଆକ୍ରମଣ କରିଛି। ତେବେ ଫେଲ ମାରିଛି ଇସ୍ରାଏଲ ଏୟାର ଡିଫେନ୍ସ ସିଷ୍ଟମ। ପ୍ରଧାନମନ୍ତ୍ରୀ ନେତନ୍ଯାହୁଙ୍କ ବାସଭବନ ନିକଟରେ ଆସି ପଡିଥିଲା ଏହି ଡ୍ରୋନ। ଖୋଲା ପଡ଼ିଆରେ ଏହି ଡ୍ରୋନ ପଡିଥିବାରୁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

ଇସ୍ରାଏଲର ହାଇଫା କେଶରିଆ ଅଂଚଳରେ ହୋଇଥିଲା ଏହି ହମଲା। ଏକ ମାନବ ବିହୀନ ଡ୍ରୋନ ନେତନ୍ୟାହୁଙ୍କ ଘର ନିକଟରେ ଆସି ପଡିଥିବା ନେତନ୍ୟାହୁଙ୍କ ପ୍ରବକ୍ତା ସୂଚନା ଦେଇଛନ୍ତି। ତେବେ ଏହି ସମୟରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପତ୍ନୀ ଘରେ ନଥିଲେ। ରକେଟ ହମଲାକୁ ନେଇ ଇସ୍ରାଏଲ ଏହି ଅଂଚଳରେ ଆଲର୍ଟ ଜାରି କରିଥିଲା। ଲଗାତର ସାଇରନ ବାଜି ଚାଲିଥିଲା। ରାଜଧାନୀ ତେଲ ଅଭିଭରୁ ପ୍ରାୟ ୭୦ କିଲୋମିଟର ଦୂରରୁ ଏହି ଡ୍ରୋନ ଉଡାଣ ଭରିଥିଲା। ହମଲା କରିବା ପୂର୍ବରୁ ଦୀର୍ଘ ୧ ଘଣ୍ଟା ଧରି ଆକାଶରେ ଉଡିଥିଲା ଏହି ଡ୍ରୋନ। ଏହି ଡ୍ରୋନକୁ ତଳକୁ ଖସାଇବାରେ ଫେଲ ମାରିଥିଲା ଇସ୍ରାଏଲର ଆଇରନ ଡୋନ ସିଷ୍ଟମ। ଇସ୍ରାଏଲ ପକ୍ଷରୁ ଲେବାନନ ଉପରେ ଲଗାତାର ହମଲା ଜାରି ରହିଥିବାବେଳେ ଏହାର ପ୍ରତିବାଦରେ ଏହି ହମଲା କରିଛି ହିଜବୁଲ୍ଲା।