ଗାଁ ମୁହାଁ ୨୯ ଟିକିଆ ହାତୀପଲ , ଚିନ୍ତାରେ ଚାଷୀକୂଳ

ନନ୍ଦିଘୋଷ ବ୍ୟୁରୋ : ଗାଁ ମୁହାଁ ୨୯ ଟିକିଆ ହାତୀପଲ । ଗତକାଲି କେନ୍ଦୁଝର ସଦର ରେଞ୍ଜ ରତନପୁର ଜଙ୍ଗଲରେ ରହିଥିବା ବେଳେ ଆଜି ସଦର ରେଞ୍ଜ ଅଞ୍ଚଳର ସଲରାପେଣ୍ଠ ଜଙ୍ଗଲରେ ରହିଥିବା ଜଣାପଡ଼ିଛି।  ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ବନବିଭାଗ ଓ ଗଜସାଥି । ବ୍ୟାପକ ଧାନ ଫସଲ ଖାଇଵା ସହିତ ନଷ୍ଟ କରିଛନ୍ତି ହାତୀପଲ। କ୍ଷୟକ୍ଷତି ଯୋଗୁଁ ଚାଷୀକୂଳ ଚିନ୍ତାରେ ଅଛନ୍ତି।  ଲୋକେ ଭୟଭୀତ ଥିବାବେଳେ ରାତି ସାରା ଉଜାଗର ରହି ହାତୀକୁ ଜଗି ରହିଥିଲେ । ଗତକାଲି ହାତୀ ପଲ ରତନପୁର ଆସିବା ବେଳେ ଖପରାଖାଇ ଗାଁରେ ଦୁଇଟି ଘର ଭାଙ୍ଗିଛନ୍ତି। । ଆଜି ଏହି ୨୯ ଟିକିଆ ହାତୀପଲ ସଲରାପେଣ୍ଠ ଜଙ୍ଗଲକୁ ପ୍ରବେଶ କରିଛନ୍ତି । ହତୀପଲରେ ୧୨ଟି ଦନ୍ତା ହାତୀ, ୧୧ଟି ମାଈ ହାତୀ ଓ ୬ଟି ଛୁଆହାତୀ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।