କରଞ୍ଜିଆ ବନଖଣ୍ଡକୁ ପଶିଲେ ୨୨ ଟିକିଆ ହାତୀପଲ, ସଞ୍ଜ ହେଲେ ଗାଁ ମୁହାଁ ହେଉଛନ୍ତି…

କରଞ୍ଜିଆ: ଆଜି ସକାଳୁ କରଞ୍ଜିଆ ବନଖଣ୍ଡକୁ ପଶି ଆସିଛନ୍ତି ୨୨ ଟିକିଆ ହାତୀପଲ। ୨୨ ଟିକିଆ ହାତୀପଲ ଗତ କିଛି ଦିନ ହେଲା କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳର ବିଭିନ୍ନ ଅଞ୍ଚଳରେ ଫସଲ ବ୍ୟାପକ ନଷ୍ଟ କରିଥିବା ଜଣାପଡିଛି। ହାତୀପଲ ପାଟଣା ବନାଞ୍ଚଳରୁ ଦେଓ ନଦୀ ପାର ହୋଇ କରଞ୍ଜିଆ ବନଖଣ୍ଡକୁ ପଶି ଆସିଛନ୍ତି।

ହାତୀପଲ ଦିନ ବେଳେ ଜଙ୍ଗଲରେ ରହୁଛନ୍ତି ସଞ୍ଜ ହେଲେ ଗାଆଁ ମୁହାଁ ହେଉଛନ୍ତି। ହାତୀ ପଲ ଆସିବା କିଛି ନୂଆ କଥା ନୁହେଁ ବର୍ଷର ବିଭିନ୍ନ ସମୟରେ କରଞ୍ଜିଆ ବନଖଣ୍ଡକୁ ଆସିଥାନ୍ତି ହାତୀ ପଲ। ବର୍ତ୍ତମାନ ଚାଷ ସମୟ ତେଣୁ ଅନେକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ହାତୀ ପଲ ଏବେ କରଞ୍ଜିଆ ବନାଞ୍ଚଳ ବଡ଼ଦେଉଳି ଜଙ୍ଗଲରେ ଅଛନ୍ତି । ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ରହୁଛନ୍ତି। ହାତୀପଲଙ୍କ ଗତି ବିଧି ଉପରେ ରଖିଛି ବନବିଭାଗ।