ପରମ୍ପରା ଅନୁଯାୟୀ ଅଭିମାନିନୀ ମାଆ ଲକ୍ଷ୍ମୀ ଆଜି ନନ୍ଦିଘୋଷ ରଥ ଭାଙ୍ଗିବେ

1 min read

ପୁରୀ: ଆଜି ହେରାପଞ୍ଚମୀ । ପରମ୍ପରା ମୁତାବକ ଆଜି ଅଭିମାନିନୀ ମାଆ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଯ଼ାଇ ନନ୍ଦିଘୋଷ ରଥ ଭାଙ୍ଗିବେ । ରଥଯ଼ାତ୍ରାରେ ମାଆ ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଛାଡି ମହାପ୍ରଭୁ ଭାଇ ଭଉଣୀଙ୍କ ସହ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯ଼ାଇଛନ୍ତି । ହେଲେ ମହାଲକ୍ଷ୍ମୀଙ୍କୁ ସାଥିରେ ନେଇ ନାହାନ୍ତି ତେଣୁ ମହାଲକ୍ଷ୍ମୀ ଅଭିମାନ କରି ପରମ୍ପରା ଅନୁସାରେ ଆଜି ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚାବାଡି ଆସିବେ ।

ନନ୍ଦିଘୋଷ ନିକଟରେ ବନ୍ଦାପନା ନୀତି ସାରି ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବେ । ତେବେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନମିଳିବାରୁ କ୍ଷୋଭରେ ନନ୍ଦିଘୋଷ ରଥକୁ ଭାଙ୍ଗି ହେରାଗୋହିରୀ ସାହି ହୋଇ ଶ୍ରୀନ୍ଦିରକୁ ଫେରିବେ ।

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ଓ ଅନ୍ୟାନ୍ୟ ଉପଯାତ୍ରା ସମ୍ବନ୍ଧରେ ଖ୍ରୀଷ୍ଟୀୟ ଅଷ୍ଟାଦଶ ଶତାବ୍ଦୀର ଜନୈକ ପ୍ରସିଦ୍ଧ ସ୍ମୃତିକାର ବାଲୁଙ୍କି ପାଠୀ ‘ଯାତ୍ରା ଭାଗବତ’ ନାମକ ଏକ ସ୍ୱତନ୍ତ୍ର ପୁସ୍ତକ ରଡନା କରିଛନ୍ତି । ହେରା ପଞ୍ଚମୀ ଦିନ ସେବକମାନେ ମହାଲକ୍ଷ୍ମୀଙ୍କୁ ବିମାନରେ ବସାଇ ଶ୍ରୀଜଗନ୍ନାଥଙ୍କ ରଥ ନିକଟକୁ ନିଆନ୍ତି । ସେଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସେବକ ଓ ମହାଲକ୍ଷ୍ମୀଙ୍କ ଦାସଦାସୀ ମଧ୍ୟରେ ଉକ୍ତି ପ୍ରତ୍ୟୁକ୍ତି ଚାଲେ ।

ତତ୍ପର ମହାଲକ୍ଷ୍ମୀଙ୍କୁ ଗୁଣ୍ଡିଚା ମନ୍ଦିରକୁ ନେଇ ଶ୍ରୀ ଗଜନ୍ନାଥ ନିକଟରେ ସ୍ଥାପନା କରି ସେଠାରେ ମଙ୍ଗଳ ଆଳତି ଓ ବନ୍ଦାପନା କରାଯାଏ । ସେଠାରେ ଶ୍ରୀ ଜଗନ୍ନାଥ ଚନ୍ଦନ ଓ ମୋହନ ଚୂର୍ଣ୍ଣ ଶ୍ରୀ ଜଗନ୍ନାଥଙ୍କ ଉତ୍ସବ ଉପରେ ପ୍ରକ୍ଷେପ କରାଯାଏ । ଏହି ବିଧି ବିଧାନ ପରେ ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିର ବିଜେ କରାଯାଏ ।

https://nandighoshatv.com/odisha-puri-news-banak-lagi-niti-will-observed-at-gundicha-temple/

Leave a Reply