ହେମନ୍ତଙ୍କୁ ଟେନସନ ଦେଲେ ମମତା! ହେମନ୍ତ ଟ୍ବିଟରରେ ଲେଖିଲେ…
ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀଭାବେ ଗତ ୨୮ ତାରିଖରେ ଶପଥ ଗ୍ରହଣ କରିଛନ୍ତି । ଇଣ୍ଡିଆ ମେଣ୍ଟ ଝାଡ଼ଖଣ୍ଡରେ ସରକାର ଗଠନ କରିଥିବାବେଳେ ଏହି ଅବସରରେ ମମତା ବାନାର୍ଜୀ ଉପସ୍ଥିତ ରହିଥିଲେ । କୁହାଯାଉଥିଲା କି, ମମତା ବାନାର୍ଜୀ ଏବଂ ହେମନ୍ତ ଉଭୟ ଇଣ୍ଡିଆ ମେଣ୍ଟର ବଡ଼ ଚେହେରା ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି । ମାତ୍ର ଏବେ ଉଭୟଙ୍କ ମଧ୍ୟରେ ଫାଟ ହୋଇଛି ବୋଲି ଚର୍ଚ୍ଚା ହେଉଛି । କାରଣ ଆଳୁକୁ ନେଇ ମମତାଙ୍କୁ ନେଇ ଏକ ପୋଷ୍ଟ ସୋସିଆଲ ମିଡିଆରେ କରିଛନ୍ତି ହେମନ୍ତ । ମମତା ବାନାର୍ଜୀ ବାହାର ରାଜ୍ୟକୁ ଆଳୁ ଯୋଗାଣ ବନ୍ଦ କରି ଦେଇଛନ୍ତି । ଯାହାକୁ ନେଇ ଓଡ଼ିଶାରେ ମଧ୍ୟ ଚିନ୍ତାର କାରଣ ପାଲଟିଥିଲା । ମାତ୍ର ଏବେ ଉତ୍ତର ପ୍ରଦେଶରୁ ଓଡ଼ିଶାକୁ ୩୦୦ ଟ୍ରକ ଆଳୁ ଆସି ପହଞ୍ଚିଛି ।
ସୀମାରେ ଆଳୁ ଗାଡ଼ି ଛାଡ଼ିବା ବନ୍ଦ କରିବାକୁ ନେଇ ହେମନ୍ତଙ୍କ ନିର୍ଦ୍ଦେଶରେ ତାଙ୍କୁ ମୁଖ୍ୟ ଶାସନ ସଚିବ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ ଜଣାଇଛନ୍ତି । ଆଉ ଏହାର ଖୁବଶୀଘ୍ର ସମାଧାନ କରାଯିବ ବୋଲି ଆଶ୍ବାସନା ମଧ୍ୟ ଦେଇଛନ୍ତି । ସେପଟେ ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ କହିଛନ୍ତି କି, ଆଳୁର ଦର ବୃଦ୍ଧି ପାଇଁ ସାଧାରଣ ଲୋକେ ବହୁତ ଚିନ୍ତିତ ରହିଛନ୍ତି । ସରକାର ଖୁବଶୀଘ୍ର ଏହାର ସମାଧାନ କରନ୍ତୁ । ପଶ୍ଚିମବଙ୍ଗ ସରକାର ଏବେ ଓଡ଼ିଶା, ଆସାମ ଏବଂ ଝାଡ଼ଖଣ୍ଡ ସୀମାରେ ଆଳୁ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।