ଝାଡ଼ଖଣ୍ଡ ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ
ନନ୍ଦିଘୋଷ ବ୍ୟୁରୋ: ଝାଡ଼ଖଣ୍ଡ ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ। ରାଜଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଚତୁର୍ଥ ଥର ଲାଗି ମୁଖ୍ଯମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ହେମନ୍ତ। ଶପଥପାଠ ଉତ୍ସବରେ ଇଣ୍ଡିମେଣ୍ଟ ଦେଖାଇଥିଲା ଗ୍ରାଣ୍ଡ ସୋ। ରାଞ୍ଚିରେ ଆୟୋଜିତ ଉତ୍ସବରେ ମେଣ୍ଟର ଅଧିକାଂଶ ସଦସ୍ଯ ଦଳର ନେତା ସାମିଲ ହୋଇଥିଲେ। ଉତ୍ସବରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ବିହାରର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ, ପ୍ରମୁଖ ସାମିଲ ହୋଇଥିଲେ। ଗତ ବିଧାନସଭା ନିର୍ବାଚନରେ ଏକଜିଟ ପୋଲ ଆକଳନକୁ ଭୁଲ୍ ପ୍ରମାଣିତ କରି ୮୧ ଆସନରୁ ମେଣ୍ଟ ହାସଲ କରିଥିଲା ୫୬ ଆସନ।